www.samajalive.in
Saturday, December 13, 2025
15.1 C
Bhubaneswar

ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନର ସମ୍ବଳ

ଭୁବନେଶ୍ୱର : ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନର ସମ୍ବଳ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ ଆୟୋଜିତ ଆଲୁମ୍ନି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଲୋକ ପ୍ରଶାସନ ବିଭାଗର ୨୯ ବର୍ଷ ପୂର୍ତ୍ତି ପାଳନ କରାଯାଇଥିବାବେଳେ ବିଭାଗର ପ୍ରାକ୍ତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ ଯୋଗଦେଇ ଏହି ଉତ୍ସବ ପାଳନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀଙ୍କ ସହ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ନିରଞ୍ଜନ ପାଣି ଏବଂ ପ୍ରଫେସର ସ୍ଵର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀ ସାମିଲ ହୋଇ ବିଭାଗରେ ବିତାଇଥିବା ପୁରୁଣା ଦିନର ଅନୁଭୂତି ବର୍ଣ୍ଣନା କରିଥିଲେ। ସେହିଭଳି ବିଭାଗକୁ ଆଗକୁ ନେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ମଧ୍ୟ କାର୍ଯ୍ୟକ୍ରମ ଅବସରରେ ଆଲୋଚନା ହୋଇଥିଲା।

- Advertisement -

ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ଼ ପ୍ରତିମା ଷଡ଼ଙ୍ଗୀ ସ୍ଵାଗତ ଅଭିଭାଷଣ ରଖି ସମସ୍ତଙ୍କ ଭାଗିଦାରୀତା ବିଭାଗର ଉନ୍ନତି ପାଇଁ ନିହାତି ଆବଶ୍ୟକ ବୋଲି କହିଥିଲେ । ପୂର୍ବତନ ଛାତ୍ରଛାତ୍ରୀମାନେ କିପରି ନିଜର ସହଭାଗିତା ଦେବେ ସେଥିପାଇଁ ନିଜ ପକ୍ଷରୁ ଦାୟିତ୍ଵ ନିଅନ୍ତୁ ବୋଲି ପ୍ରକାଶ କରିଥିଲେ। କେବଳ ଆଲୁମ୍ନି ମିଟ୍ ଅବସରରେ ସମସ୍ତେ ସମ୍ମିଳିତ ହେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନୁହେଁ ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ବିଭାଗକୁ ଆଗକୁ ନେବା ଏହାର ମୂଳ ଲକ୍ଷ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉତ୍କଳ ବିଶ୍ଵବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ନିରଞ୍ଜନ ପାଣି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଛାତ୍ରଛାତ୍ରୀମାନେ ପରସ୍ପର ମଧ୍ୟରେ ପୁନଃ ସଂଯୋଗ କରନ୍ତୁ ଏବଂ ଏହାର ମାନସଚିତ୍ର ମଧ୍ୟ ସେମାନେ ପ୍ରସ୍ତୁତ କରନ୍ତୁ ବୋଲି କହିଥିଲେ।

ଯାହା କେବେ ହୋଇନାହିଁ ତାହାକୁ କରିବା ପାଇଁ ଆମର ଜନ୍ମ ହୋଇଛି ବୋଲି କହିବା ସହିତ ଛାତ୍ରଛାତ୍ରୀମାନେ ନିଜ ଫୋକୋସ୍ ଉପରେ ସବୁବେଳେ ଅଧିକ ଗୁରୁତ୍ଵ ଦିଅନ୍ତୁ ବୋଲି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଅଧ୍ୟାପିକା ସ୍ଵର୍ଣ୍ଣମୟୀ ତ୍ରିପାଠୀ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ଲୋକ ପ୍ରଶାସନ ବିଭାଗ ସହକାରୀ ପ୍ରଫେସର ଡ଼ ହେମନ୍ତ କୁମାର ଦାଶ ପରିଚାଳନା କରିଥିଲେ। ପୂର୍ବତନ ଛାତ୍ର ରତନ କୁମାର ଦିଗଲ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୁମ୍ନି ମିଟ୍ କାର୍ଯ୍ୟକ୍ରମରେ ଲୋକ ପ୍ରଶାସନ ବିଭାଗର ପ୍ରଥମ ବ୍ୟାଚ୍ ଛାତ୍ର ଦେବବ୍ରତ ପତିଙ୍କ ସମେତ ବିଭାଗର ବହୁ ପୂର୍ବତନ ଛାତ୍ରଛାତ୍ରୀ ସାମିଲ ହୋଇ ବିଭାଗକୁ ନେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଲୋକ ପ୍ରଶାସନ ବିଭାଗକୁ କିପରି ୟୁଜି ସ୍ତରରେ ଅଧିକ ପ୍ରଶସ୍ତ କରିହେବ ସେଥିପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗର ପୂର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ପ୍ରସ୍ତାବପତ୍ର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଶେଷରେ ଲୋକ ପ୍ରଶାସନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories