www.samajalive.in
Thursday, December 11, 2025
14.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଜାତୀୟ ସଂହତି ଶିବିର: ସାଂସ୍କୃତିକ ଶୋଭାଯାତ୍ରାରେ ମେଘାଳୟ  ନେହୁ ବିଶ୍ଵବିଦ୍ୟାଳୟ ପ୍ରଥମ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ହଲ ଠାରେ ଚାଲିଥିବା ୭ ଦିିନିଆ ଜାତୀୟ ସଂହତି ଶିବିର ଉଦଯାପିତ ହୋଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନଏସଏସ ବ୍ୟୁରୋ ତଥା କାର୍ଯ୍ୟକ୍ରମ ଆବାହକ ଡ଼. ଜୟନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ୱାଡେନ ତଥା ଛାତ୍ର କଲ୍ୟାଣ ନିର୍ଦ୍ଧେଶକ ପ୍ରଫେସର ଗଣେଶ ସେଠୀ ଯୋଗ ଦେଇଥିଲେ।
କନ୍ଧମାଳର କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କୁମାର ପାଣିଗ୍ରାହୀ, ଗଜପତିର କାର୍ଯ୍ୟକ୍ରମ ଅଧିକାରୀ  ସନ୍ୟାସୀ ବେହେରା, ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ସତିଶ ପ୍ରସାଦ ନାୟକ, କାର୍ଯ୍ୟକ୍ରମ ଅଧିକାରୀ  ଶଙ୍କର୍ଷଣ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଡଃ ହୃଷୀକେଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆବାହକ ଜୟନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ।  ଏନଏସଏସ ଡ଼ିପିଓ ଗଞ୍ଜାମ ଗଣେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଓଡ଼ିଆ ଏବଂ ଇଂରାଜୀ ର ନିୟୁଜ ଲେଟର ପୁସ୍ତିକା ଉନ୍ମୋଚନ କରାଯାଇଥିଲା।
ଏହି ୭ଦିନିଆ କାର୍ଯ୍ୟକ୍ରମ ରେ ୧୦ ଟି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତି ସ୍ବେଛାସେବୀଙ୍କୁ ପ୍ରଶଂସା ପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ମେଘାଳୟ  ନେହୁ ବିଶ୍ଵବିଦ୍ୟାଳୟ ପ୍ରଥମ  ସ୍ଥାନ ରହିଥିବା ବେଳେ ତାମିଲନାଡୁ ମାଡ୍ରାସ ବିଶ୍ଵବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଉଭୟ ଦଳକୁ ପ୍ରସଂସା ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ଏଥିରେ ରାଜ୍ୟ ଓ ରାଜ୍ୟ ବାହାରରୁ ୩୪ଟି ବିଶ୍ଵବିଦ୍ୟାଳୟର ପ୍ରାୟ ୨୫୦ ଜଣ ସ୍ବେଛାସେବୀ ଭାଗ ନେଇଥିଲେ। ସ୍ବାସ୍ତି ସୁନ୍ଦର ସିଆ ସଭା ପରିଚାଳନା କରିଥିବା ବେଳେ  ବି.ଗୋବିନ୍ଦ ରାଓ, ସୌମ୍ୟଶ୍ରି ସାହୁ, ଚିରଞ୍ଜିବି ବାଡତ୍ୟା,ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories