www.samajalive.in
Friday, December 12, 2025
23.1 C
Bhubaneswar

ଏଣିିକି ଆଣ୍ଡ୍ରଏଡ୍ ହେବ ଅଧିକ ସ୍ମାର୍ଟ, ଗୁଗଲ ଆଣୁଛି ନୂଆ ଫିଚର୍

ନୂଆଦିଲ୍ଲୀ : ଗୁଗଲ ସମୟ ସମୟରେ ନିଜ ୟୁଜରଙ୍କ ପାଇଁ ନୂଆ ଫିଚର ନେଇଆସେ । ଏବେ ଗୁଗଲ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ନୂଆ ଫିଚର ଘୋଷଣା କରିଛି । କମ୍ପାନୀର କହିବାନୁସାରେ ଏହି ଫିଚର ୟୁଜରଙ୍କ ସୁରକ୍ଷାକୁ ବଢାଇବା ସହ ଅନେକ ଟାସ୍କକୁ ସରଳ କରିବାରେ ସହାୟକ ହେବ । ପିକ୍ସେଲ ୟୁଜରଙ୍କୁ କିଛି ଖାସ୍ ପିକ୍ସେଲ-ସ୍ପେସିଫିକ୍ ଫିଚର୍ ମଧ୍ୟ ମିଳିବ । ଗୁଗଲ ମେସେଜରେ ଏକ ନୂଆ ଫିଚର ଆସୁଛି ଯାହାର ନାଁ ସ୍କାମ୍ ଡିଟେକ୍ସନ । ଏହି ଫିଚର କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଠକାମୀ କରୁଥିବା ମେସେଜକୁ ଚିହ୍ନଟ କରିବାରେ ସହାୟକ ହେବ । ଏହା ୟୁଜରଙ୍କୁ ଚେତାବନୀ ଦେଇ ତୁରନ୍ତ ତାକୁ ବ୍ଲକ୍ କରିବାକୁ ପରାମର୍ଶ ଦେବ ।

ଫାଇଣ୍ଡ୍ ମାଇଁ ଡିଭାଇସ ଆପ୍ ସାହାଯ୍ୟରେ ଫୋନ୍ ହଜିଗଲେ ଖୋଜିହେବ । ଏଥିରେ ଲାଇଭ୍ ଲୋକେସନ ସେୟାରିଂର ନୂଆ ଫିଚର ଆସୁଛି । ଏଥିରେ ଆପଣ ନିଜର କିଛି ଖାସ୍ ପରିଜନଙ୍କୁ ନିଜ ଲାଇଭ୍ ଲୋକେସନ ସେୟାର କରିପାରିବେ । ଲାଇଭ୍ ଲୋକେସନ ସେୟାରିଂ ଆପଣଙ୍କୁ ସେମାନଙ୍କ ସହିତ ଯୋଡିହୋଇରହିବାରେ ସାହାଯ୍ୟ କରିବ । ଗୁଗଲ ୟୁଜରଙ୍କୁ ଲୋକେସନ ଡାଟାରେ ସମ୍ପୂର୍ଣ୍ଣ କଣ୍ଟ୍ରୋଲ ଦେବ । ଆପଣ କାହାକୁ ସେୟାର କରିବେ କିମ୍ବା କାହାକୁ ଲୋକେସନ ସେୟାର କରିବେନି ତାହା ଆପଣ ଚୟନ କରିପାରିବେ ।

- Advertisement -

ଆଣ୍ଡ୍ରଏଡ୍ ଅଟୋରେ ମଧ୍ୟ ଗେମିଂ ଆପ୍ ଯୋଡିହେଉଛି । ଏବେ ୟୁଜର୍ ପାକ୍ ହୋଇଥିବା କାରରେ ଫାର୍ମ ହିରୋଜ୍ ସାଗା, କ୍ୟାଣ୍ଡ୍ କ୍ରଶ୍ ସୋଡା ସାଗା, ଆଙ୍ଗ୍ରି ବାର୍ଡ ୨ ଓ ବିଚ୍ ବଗ୍ଗି ରେସିଂ ଭଳି ଗେମ୍ ଖେଳିପାରିବେ । ଆଣ୍ଡ୍ରଏଡରେ କ୍ରୋମରେ ନୂଆ ଟୁଲ୍ସ ଆସୁଛି ଯାହା ୟୁଜରଙ୍କୁ ସପିଂ କରିବାରେ ମଧ୍ୟ ସାହାଯ୍ୟ କରିବ । ଏହି ଟୁଲ୍ସ ଆପଣଙ୍କୁ ପ୍ରାଇସ୍ ହିଷ୍ଟ୍ରି, ପ୍ରାଇସ୍ ଡ୍ରପ୍ ଟ୍ରାକ୍ କରିବା ଏବଂ ଓ୍ବେବସାଇଟରେ ଦାମର ତୁଳନାର ସୂଚନା ଦେବ ଯାହା ଫଳରେ ଆପଣ ଭଲ ବିକଳ୍ପ ପାଇପାରିବେ ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories