www.samajalive.in
Sunday, December 7, 2025
15.1 C
Bhubaneswar

କ୍ରାଇମ୍‌ବ୍ରାଞ୍ଚରେ ନୁହେଁ, ଘରେ ବୟାନ ଦେବି

ଭୁବନେଶ୍ବର/ଝାରସୁଗୁଡା : ପୂର୍ବତନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚରେ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ହାଜର ହୋଇନାହାନ୍ତି। ପାରିବାରିକ ସମସ୍ୟା ଯୋଗୁଁ ଆସିପାରିବେ ନାହିଁ ବୋଲି ବିଶାଲ ଓ ଦୀପାଳି କ୍ରାଇମବ୍ରାଞ୍ଚକୁ ଅବଗତ କରିଛନ୍ତି। ହାଜର ନହୋଇ ବରଂ ତାଙ୍କ ଘରକୁ ତଦନ୍ତକାରୀ ଦଳ ଆସି ବୟାନ ରେକର୍ଡ କରାଯିବା ପାଇଁ ସେ କ୍ରାଇମବ୍ରାଞ୍ଚକୁ ନିବେଦନ କରିଛନ୍ତି। କ୍ରାଇମବ୍ରାଞ୍ଚ କେବେ ବୟାନ ରେକର୍ଡ କରିବ ସେନେଇ ଜଣାଇବା ପାଇଁ ବିଶାଲ ଓ ଦୀପାଳି କହିଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହାଜର ହୋଇ ଆପତ୍ତି ଜଣାଇବା ପାଇଁ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ କରିଥିଲା। ପୁଲିସ ଲଗାଇ ବାପାଙ୍କୁ ହତ୍ୟା କରାଯାଇଥିବା ଓ ସିବିଆଇ ତଦନ୍ତ ଚାହୁଁଥିବା କଥା ଦୀପାଳି କହିବା ପରେ ମାମଲା ଭିନ୍ନ ମୋଡ଼ ନେଇଛି।
ପୂର୍ବରୁ ଦୀପାଳି ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ପରେ ସିବିଆଇ ତଦନ୍ତ ନେଇ ରାଜନୈତିକ ମହଲରେ ବୟାନବାଜି ଆରମ୍ଭ ହୋଇଥିଲା। କ୍ରାଇମବ୍ରାଞ୍ଚ ନୋଟିସ୍‌ ପରେ ରାଜନୀତି ସରଗରମ ହୋଇଛି। ଆଇନ ତା’ ବାଟ‌େ‌ର ଯାଉ ଓ ସତ ସାମ୍ନାକୁ ଆସୁ ବୋଲି ବିଜେଡି କହିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ତଦନ୍ତକୁ ନେଇ ଯଦି ସନ୍ତୁଷ୍ଟ ନାହାନ୍ତି, ତେବେ ଦୀପାଳି କ୍ରାଇମବ୍ରାଞ୍ଚକୁ ଜଣାନ୍ତୁ କିମ୍ବା ସିବିଆଇ ତଦନ୍ତ ପାଇଁ ସରକାରକୁ ଲେଖି ଜଣାନ୍ତୁ ବୋଲି ବିଜେପି କହିଛି। ହତ୍ୟାକାଣ୍ଡର କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି। ରହସ୍ୟ ଉନ୍ମୋଚନ କରିବା ଲାଗି କ୍ରାଇମବ୍ରାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ସ୍ବର୍ଗତ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ନିକଟରେ ତଦନ୍ତ ଅଟକିଛି। ସେମାନଙ୍କ ବୟାନ ପାଇଁ ଦୀପାଳି ଓ ବିଶାଲଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ କରିଥିଲା। ୭ ଦିନ ମଧ୍ୟରେ ହାଜର ହୋଇ ନିଜର ମତ ଓ ତଥ୍ୟ ରଖିପାରିବେ ବୋଲି ନୋଟିସ୍‌ରେ କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା। ଦୀପାଳି ଓ ବିଶାଲ କ୍ରାଇମ୍‌ବ୍ରାଞ୍ଚ୍‌କୁ କ’ଣ କହିବେ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି ? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ? ଏମିତି ବିଭିନ୍ନ ପ୍ରଶ୍ନ ସାଧାରଣ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି। ସୂଚନା ଥାଉକି, ୨୦୨୩ ଜାନୁଆରୀରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ପୁଲିସ ଅଧିକାରୀ ଗୋପାଳ ଦାସକୁ ଗିରଫ କରାଯାଇଥିଲା। ଏହାର ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚ ନେଇଥିଲା। ଦୀର୍ଘ ଦିନ ଧରି ତଦନ୍ତ କରି ଏହାର ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଥିଲା। ହେଲେ ତଦନ୍ତରେ ତ୍ରୁଟି ଥିବା ନେଇ ବୟାନବାଜି ହୋଇଥିଲା। ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଗୋପାଳ ଦାସର ଓକିଲ ନରେଶ ନାଏକ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଧଳା ସାର୍ଟକୁ ହଳିଦିଆ ସାର୍ଟ ହେବା କଥା, ଗୁଳି ନ ମିଳିବା କଥା, ଅଧିକ ଗନ୍ ପଏଣ୍ଟ କଥା ଏବଂ ରକ୍ତଭିଜା ସାର୍ଟ ଓ ଟାୱେଲ ପୋଡ଼ି ଦେବା କଥା ଆଦିକୁ ନେଇ ତଦନ୍ତରେ ତ୍ରୁଟି ଥିବା ନେଇ ପ୍ରଶ୍ନ ଉଠିଥିଲା। ଏଥିପାଇଁ ସିବିଆଇ ତଦନ୍ତ ଦାବି ଉଠିଥିଲା। ବିଭିନ୍ନ ଆଡ଼ୁ ବୟାନବାଜିକୁ ନେଇ ଦୀପାଳି ସିବିଆଇ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିବେ ବୋଲି କଥା ଉଠିଥିଲା। ହେଲେ ସେ ଏପର୍ଯ୍ୟନ୍ତ ସିବିଆଇ ତଦନ୍ତ ପାଇଁ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି। ଏବେ କୋର୍ଟରେ ମାମଲା ଚାଲିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ତାର ସମସ୍ତ ତଦନ୍ତ ଦସ୍ତାବିଜ, ଜବତ ସାମଗ୍ରୀ ଏବଂ ଚାର୍ଜସିଟ୍ ଦାଖଲ କରିସାରିଛି। ହେଲେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତରେ ତ୍ରୁଟିକୁ ନେଇ ପ୍ରଶ୍ନ ଉଠିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories