www.samajalive.in
Thursday, December 11, 2025
16.1 C
Bhubaneswar

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ କେରଳ ଗସ୍ତ

ଗୋପାଳପୁର :  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ସର୍ବ ଭାରତୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ପୁରୁଷ  ଦଳ କେରଳ ଗସ୍ତ କରିଛି l କେରଳ ସ୍ଥିତ ଶ୍ରୀ ଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ଵବିଦ୍ୟାଳୟଠାରେ ଚଳିତ ମାସ ୭ ଠାରୁ ୯ ତାରିଖ ପର୍ଯ୍ୟନ୍ତ  ସର୍ବ ଭାରତୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି l ଦଳରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗ କମ୍ପୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷ ଛାତ୍ର ସାନ୍ତନୁ କୁମାର କାର୍ଜି ୬୫ କେ.ଜି ବର୍ଗରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛନ୍ତି l ସlନ୍ତନୁ ଚଳିତ ଶିକ୍ଷା ବର୍ଷରେ ୫୬ ତମ ଅନ୍ତଃ ମହାବିଦ୍ୟାଳୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ୟୁନିଭରସିଟି ଶ୍ରୀ ହାସଲ କରିଥିଲେ l ଦଳରେ ମେନେଜର ଓ କୋଚ ଭାବେ ବ୍ରହ୍ମପୁରର କୃଷ୍ଣ ଚନ୍ଦ୍ର ସାହୁ ରହିଛନ୍ତି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼. ସାରଦା ପ୍ରସାଦ ସାହୁ, ରବି ଚରଣ ମିଶ୍ର, ରାଜେଶ କୁମାର ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories