www.samajalive.in
Wednesday, December 10, 2025
26.1 C
Bhubaneswar

ଦେବଗିରିରୁ ଭୁବନେଶ୍ଵର ଓ ପୁରୀକୁ ସରକାରୀ ବସ୍ ସେବା ଯୋଗାଇ ଦେବାକୁ ଦାବୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ଦେବଗିରି ଶୈବପୀଠକୁ ଦର୍ଶନ କରିବାକୁ ଶନିବାର ସକାଳ ସମୟରେ ଓଡ଼ିଶା ସରକାରଙ୍କ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆସି ପହଞ୍ଚିଥିଲେ। ଏହି ସମୟରେ କଲ୍ୟାଣସିଂହପୁର ସାମ୍ବାଦିକ ସଂଘ ପକ୍ଷରୁ ସଦସ୍ୟମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି କଲ୍ୟାଣସିଂହପୁର ଠାରୁ ଭୁବନେଶ୍ଵର ଓ ପୁରୀକୁ ସରକାରୀ ବସ୍ ସେବା ଯୋଗାଇ ଦେବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉ କି ଉପାନ୍ତ ଅଞ୍ଚଳ କୁହାଯାଉଥିବା ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପଚାଶ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରିଆସୁଛନ୍ତି। ଏହି ଅଞ୍ଚଳରୁ ଅନେକ ବିଦ୍ୟାର୍ଥୀ ଭୁବନେଶ୍ୱରରେ ଅଧ୍ୟୟନ କରି ଆସୁଛନ୍ତି। ରାଜଧାନୀ ହେଉ ହାଇକୋର୍ଟ କଟକ ହେଉ କିମ୍ବା ପୁରୀକୁ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ହେଉ ଏମିତି ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ହେଉ କଲ୍ୟାଣସିଂହପୁରରୁ ସିଧା ଭୁବନେଶ୍ବର କିମ୍ବା ପୁରୀକୁ ଯିବାପାଇଁ କୌଣସି ବସ୍ ସେବା କି ରେଳ ବ୍ୟବସ୍ଥା ନାହିଁ । ଅଥଚ ସିକରପାଇ ରେଳଷ୍ଟେସନ ଦେଇ ହୀରାଖଣ୍ଡ ଏକ୍ସପ୍ରେସ ଚାଲୁଥିବା ବେଳେ ସିକରପାଇ ଷ୍ଟେସନରେ ଏହି ଟ୍ରେନର ରହଣୀ ବ୍ୟବସ୍ଥା ନ ଥିବାରୁ ଲୋକେ ରାୟଗଡ଼ା ଯାଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି।ଏଥିପାଇଁ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଯଦି କଲ୍ୟାଣସିଂହପୁର ଠାରୁ ସିଧା ଭୁବନେଶ୍ୱରକୁ ବସ୍ ଚଳାଚଳ ହେଲେ ଅନେକ ଲୋକ ଉପକୃତ ହେବା ସହ ଅଞ୍ଚଳର ଆର୍ଥିକ ଅଗ୍ରଗତି ଏବଂ ଗମନାଗମନର ସଫଳ ବ୍ୟବସ୍ଥା ହୋଇପାରିବ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories