www.samajalive.in
Tuesday, December 9, 2025
16.1 C
Bhubaneswar

ପଦ୍ମଭୂଷଣ ପୁରସ୍କାର ଫେରାଇବାକୁ ଅନ୍ନା ହଜାରେଙ୍କ ଚେତାବନୀ

ମୁମ୍ବଇ : କେନ୍ଦ୍ରରେ ଲୋକପାଳ ଓ ରାଜ୍ୟଗୁଡ଼ିକରେ ଲୋକାୟୁକ୍ତ ଗଠନ ଦାବିରେ ସାମାଜିକ କର୍ମୀ ତଥା ଗାନ୍ଧୀବାଦୀ ନେତା ଅନ୍ନା ହଜାରେଙ୍କ ଅନଶନ ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ସେ ନିଜ ପଦ୍ମଭୂଷଣ ପୁରସ୍କାର ଫେରାଇ ଦେବେ ବୋଲି ଅନ୍ନା ଚେତାବନୀ ଦେଇଛନ୍ତି। ସୋମବାର ଅନ୍ନାଙ୍କ ସମର୍ଥନରେ ଶିବ ସେନା ବାହାରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ବୁଧବାରଠାରୁ ଆନ୍ନା ହଜାରେ ଅନଶନରେ ବସିଛନ୍ତି।

ସେ କହିଛନ୍ତି ଯେ ଲୋକପାଳ ଗଠନ ପାଇଁ ସରକାର ଆଇନ ପ୍ରଣୟନ କରିଥିଲେ । ୨୦୧୩ରେ ଲୋକପାଳ ଆଇନ ଗଠନ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସରକାର ଲୋକପାଳ ନିଯୁକ୍ତି ଦେଇନାହାନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଲୋକପାଳ ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ୫ବର୍ଷ ହେଲା ସମୟ ଗଡାଇଚାଲିଛନ୍ତି। ତେଣୁ ଏହାକୁ ବିରୋଧ କରି ଅନ୍ନା ଅନଶନ ଆରମ୍ଭ କରିଛନ୍ତି। ଲୋକପାଳ ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇପାରିବ। ସେହିପରି ଲୋକାୟୁକ୍ତ ଆଇନରେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories