www.samajalive.in
Sunday, December 7, 2025
14.1 C
Bhubaneswar

ବାଗଡଙ୍ଗର ଗ୍ରାମବାସୀଙ୍କ ପୋଡ଼ମରା ପର୍ବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ବାଗଡ଼ଙ୍ଗର ଗ୍ରାମରେ ଧୁମଧାମରେ ପୋଡ଼ମରା ପର୍ବ ପାଳନ କରାଯାଇଛି। ଏହି ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀଙ୍କ ମୁଖ୍ୟ ପର୍ବ ହେଉଛି ପୋଡ଼ମରା ପର୍ବ। ଗ୍ରାମରେ ଜାନି ବା ଦିସାରି କହିବା ଅନୁଯାୟୀ, ଆଦିବାସୀମାନେ ନିଜ ଗ୍ରାମରେ ଥିବା ଧରଣୀ ପେନୁ ବା ଝାଙ୍କିରି ଦେବୀଙ୍କ ନିକଟରେ ନଡ଼ିଆ ସହ ପଶୁ ବଳି ଦେଇ ପୂଜାର୍ଚ୍ଚନା କରି ଦେବୀଙ୍କୁ ପ୍ରସନ୍ନ କରିଥାନ୍ତି। ଗ୍ରାମ ଲୋକମାନେ କିଛି ଟଙ୍କା ଆଦାୟ କରି ଏକ ପୋଢ କିଣି ରୀତି ନୀତି ଅନୁଯାୟୀ ଦେବୀଙ୍କ ନିକଟରେ ବଳି ଭାବରେ ଉତ୍ସର୍ଗ କରିଥାନ୍ତି। ଉତ୍ସର୍ଗ କରିଥିବା ପୋଢ଼କୁ ସିନ୍ଦୁର, ଜଡ଼ା ତେଲ ପକାଇ ବାଜାବାଜଣା ବଜାଇ ଜନି ବା ଦିଶାରୀଙ୍କୁ ମା’ଙ୍କ କାଳିସୀ ଲାଗି ନାଚି ନାଚି ଭିଭିନ୍ନ ଗ୍ରାମ ଗ୍ରାମ ବୁଲି ଭିକ୍ଷା ଆଣିଥା’ନ୍ତି। ଦିଶାରୀ ପାଞ୍ଜି ଦେଖି କହିଥିବା ସମୟ ଦିନରେ ଧରଣୀ ଦେବତା ପାଖରେ ଏହି ପୋଢ଼କୁ ବଳି ଦେଇଥାନ୍ତି। ଏହି ପର୍ବରେ ଯୁବକ ଯୁବତୀମାନେ ନୂତନ ବସ୍ତ୍ର ପିନ୍ଧି ନିଜ ନିଜର ଘର ସାମ୍ନାରେ ବସି ରହିଥା’ନ୍ତି। ଅଞ୍ଚଳର ଯୁବକମାନେ ଚକୋଲେଟ, ବିସ୍କୁଟ, ଲିଆ ଖଜା ଆଦି ନେଇ ନିଜ ଆଦିବାସୀ ଭାଷାରେ ଗୀତ ଗାଇ ଯୁବତୀମାନଙ୍କୁ ଦେଇଥା’ନ୍ତି। ଏହି ପର୍ବ ପୂର୍ବପୁରୁଷରୁ ପାଳନ ହୋଇଆସୁଛି। ଗ୍ରାମର ମଙ୍ଗଳ ପାଇଁ ଏହି ପୂଜା କରାଯାଉଛି। ପର୍ବ ପାଳନ ଦ୍ୱାରା ଗ୍ରାମରେ ବସବାସ କରୁଥିବା ମଣିଷ, ପଶୁ ପକ୍ଷୀମାନଙ୍କର ରୋଗ ଭୟ ଦୂର ହେବା ସହିତ ଭଲ ବର୍ଷା ହେବ, ଜମିରେ ଭଲ ଫସଲ ହେବ ବୋଲି ବିଶ୍ବାସ ରହିଛି। ଏହି ପର୍ବରେ ନିଜ ବନ୍ଧୁବାନ୍ଧବଙ୍କୁ ଡାକିଥାଆନ୍ତି। ଗ୍ରାମରେ ନାଚ ଗୀତ ସହ ଭୋଜି ଭାତ କରି ଆନନ୍ଦ ଉଲ୍ଲାସର ସହ ପର୍ବ ପାଳନ କରିଥାନ୍ତି। ଏହି ପର୍ବ ଦେଖିବାକୁ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏହି ପର୍ବ ତିନି ଦିନ ଧରି ପାଳନ କରାଯାଉଛି। କିଏ ପ୍ରତିବର୍ଷ କରୁଛନ୍ତି ତ କିଏ ୩ ବର୍ଷକୁ ଥରେ କରୁଥିବା ଜଣାପଡ଼ିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories