www.samajalive.in
Tuesday, December 9, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: ଘୋଡ଼ା ଚଢ଼ି ଯିବାବେଳେ ହୃଦଘାତରେ ଟଳିପଡ଼ିଲା ବର

ସମାଜ ଡିଜିଟାଲ ଡେସ୍କ: ବିବାହ ଶୋଭାଯାତ୍ରା କରି ଘୋଡ଼ା ପିଠିରେ ବସି ଯାଉଥିଲେ ବର। ମଝିରେ ମଝିରେ ଓହ୍ଲାଇ ବରଯାତ୍ରୀଙ୍କ ସହ ନାଚି ଖୁସି ମନାଉଥିଲେ। କିଛି ସମୟ ପରେ ପଡ଼ିଥାଆନ୍ତା ହାତଗଣ୍ଠି। ହେଲେ ତାହା ପୂର୍ବରୁ ଉଡ଼ିଗଲା ପ୍ରାଣବାୟୁ। ଘୋଡ଼ା ପିଠିରେ ବସିଥିବାବେଳେ ଟଳିପଡ଼ିଲେ ବର। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଶେଓପୁର ଜିଲାରୁ। ଏହାର ଦୃଶ୍ୟ ସମ୍ବଳିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

- Advertisement -

ଗତ ଶୁକ୍ରବାର ରାତିରେ ପ୍ରଦୀପ ଜାଟ ନାମକ ୨୭ ବର୍ଷୀୟ ଯୁବକଙ୍କ ବିବାହ ଶୋଭାଯାତ୍ରା ଚାଲିଥିଲା। ପ୍ରଦୀପଙ୍କ ବରଯାତ୍ରୀ କନ୍ୟା ଘର ନିକଟରେ ପହଞ୍ଚି ସାରିଥିଲେ। ଏହା ପୂର୍ବରୁ ପ୍ରଦୀପ ଘୋଡ଼ାରୁ ଓହ୍ଲାଇ ବରଯାତ୍ରୀଙ୍କ ସହିତ ନାଚିଥିଲେ। ପରେ ପୁଣି ଘୋଡ଼ାରେ ବସିପଡ଼ିଥିଲେ। ହେଲେ ଘୋଡ଼ାରେ ବସିବା ପରେ ପରେ ସେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ବର ଟଳିପଡ଼ିବା ଦୃଶ୍ୟ ଦେଖି କନ୍ୟା ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛନ୍ତି। ଗତ ସପ୍ତାହରେ ବିଦିଶା ଜିଲାରେ ଜଣେ ୨୩ ବର୍ଷୀୟା ଯୁବତୀ ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ନୃତ୍ୟ କରିବା ସମୟରେ ହୃଦଘାତର ଶିକାର ହୋଇ ଆଖି ବୁଜିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories