www.samajalive.in
Wednesday, December 10, 2025
26.1 C
Bhubaneswar

ଧରାପଡିଲେ ୪ ଆନ୍ତଃ ଜିଲା ଡକାୟତ. ବିରଳ ପିତ୍ତଳ ମୂର୍ତ୍ତି ଉଦ୍ଧାର

ବୀରମହାରାଜପୁର ଟଙ୍କା ଲୁଟ୍ ମାମଲାର ଅନୁସନ୍ଧାନ କରିବାକୁ ଯାଇ ବୀରମହାରାଜପୁର ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ମୂଲ୍ୟବାନ ଓ ବିରଳ ପିତ୍ତଳ ମୂର୍ତ୍ତି, ୪ଟି ବାଇକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିବା ସୁବର୍ଣ୍ଣପୁର ଜିଲା ଆରକ୍ଷୀ ଅଧୀକ୍ଷକ ରାମପ୍ରସାଦ ସାହୁ ବୀରମହାରାଜପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣା ପଛରେ ଆନ୍ତଃଜିଲା ଡକାୟତ ଦଳର ସଂପୃକ୍ତି ଥିବା ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ବୀରମହାରାଜପୁର ଥାନା ଅନ୍ତର୍ଗତ ଗୋଧନେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଥିବା ୭ଟି ବିରଳ ପିତ୍ତଳ ମୂର୍ତ୍ତି ସମେତ ଅନ୍ୟାନ୍ୟ ବହୁ ଉପକରଣ ରହିଛି। ଏଥିସହ ଆଶୀର୍ବାଦ ଗ୍ରୁପ ନାମକ ଅର୍ଥ ଲଗାଣକାରୀ ସଂସ୍ଥାର ୨ଟି ଟ୍ୟାବଲେଟ, ଲୁତୁରପଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ୬୩ ଇଞ୍ଚର ସ୍ମାର୍ଟ ଟିଭି ଓ ୪ଟି ବାଇକ୍ ମଧ୍ୟ ଉଦ୍ଧାର କରିବାରେ ପୁଲିସ ସକ୍ଷମ ହୋଇଛି।

- Advertisement -

ଏ ନେଇ ବୀରମହାରାଜପୁର ଥାନା ପଣ୍ଡାପାଲି ଗ୍ରାମର ରଞ୍ଜନ ରାଜହଂସ (୩୯), ତରଭା ଥାନା ଅନ୍ତର୍ଗତ ଚାରନିପାଲି ଗ୍ରାମର ଶିବ ସରଭଙ୍ଗ (୩୭), ତରଭା ଥାନା ଅର୍ଡ଼ା ଗ୍ରାମର ଜୟକୃଷ୍ଣ ବାରିକ (୨୫) ଓ ହରି ବାରିକ (୩୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣଙ୍କୁ ଶୀଘ୍ର ଧରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ଡକାୟତି ସମୟରେ ସେମାନେ ମୋବାଇଲ ଫୋନ ସ୍ବିଚ ଅଫ ରଖୁଥିବା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି।

ସୂଚନାରୁ ପ୍ରକାଶ ଯେ, ଗତ ଜାନୁଆରୀ ୧୮ରେ ଉଫୁଲା ଗ୍ରାମର କୁବେର କର୍ମୀ ଓ କେଉଟିପାଲି ଗ୍ରାମର ମନୋରଞ୍ଜନ ବେହେରାଙ୍କ ଠାରୁ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରିବାକୁ ଯାଇ ଏହା ପଛରେ ଏକ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରିଥିଲା। ପୁଲିସ ପକ୍ଷରୁ ସୋନପୁର ମୁଖ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରି ପ୍ରସାଦ ଓ ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆଙ୍କ ନେତୃତ୍ବରେ ୨ଟି ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲା।

ତଦନ୍ତ ସମୟରେ ଏସବୁ ଘଟଣାରେ ୬ ଜଣିଆ ଡକାୟତ ଦଳ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ଅତାବିରା, ଘଣ୍ଟାପଡ଼ା, କଣ୍ଟାମାଳ, ମନମୁଣ୍ଡା, ରେଢ଼ାଖୋଲ ଆଦି ଥାନା ଅଞ୍ଚକରେ ହୋଇଥିବା ପ୍ରାୟ ୩୫ଟି ଡକାୟତି ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ବୀରମହାରାଜପୁର ଥାନା ଅଧିକାରୀ ଶୋଭାକର ସେଠ, ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପଧାନ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories