www.samajalive.in
Thursday, December 11, 2025
15.1 C
Bhubaneswar

କ୍ରିକେଟ ଦୁନିଆରେ ପାଦ ଦେଲେ ପୁଲୱାମା ସହିଦଙ୍କ ପୁଅ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୬ ବର୍ଷ ପୂରଣ ହୋଇସାରିଛି। ୨୦୧୯ ଫେବୃୟାରୀ ୧୪ରେ ଜୈଶ ଆତଙ୍କୀ ସଂଗଠନର ଆକ୍ରମଣ ଯୋଗୁ ୪୦ ଯବାନ ସହିଦ ହୋଇଥିଲେ। ଏବେ ସହିଦ ଯବାନଙ୍କ ପୁଅ କ୍ରିକେଟ ଦୁନିଆରେ ପାଦ ଦେଇଛନ୍ତି। ଏହା ପଛରେ ରହିଛି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ବଳିଷ୍ଠ ଭୂମିକା।

ପୁଲୱାମା ଆକ୍ରମଣ ପରେ ସେହୱାଗ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ପଢ଼ା ଖର୍ଚ୍ଚ ବହନ କରିବାର ଦାୟିତ୍ଵ ନେଇଥିଲେ ସେହୱାଗ। ଯାହାକୁ ସେ ଅତି ଉତ୍ତମ ଭାବେ ନିର୍ବାହ କରିଛନ୍ତି। ସହିଦଙ୍କ ପିଲାଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ରାହୁଲ ସୋରେଙ୍ଗ ଏବଂ ଅର୍ପିତ ସିଂହ। ଉଭୟେ ଝଜ୍ଜରସ୍ଥିତ ସେହୱାଗ ଇଣ୍ଟରନେସନାଲ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ରାହୁଲଙ୍କ ପିତା ବିଜୟ ସୋରେଙ୍ଗ ଏବଂ ଅର୍ପିତଙ୍କ ପିତା ରାମ ୱକିଲ ପୁଲୱାମାରେ ସହିଦ ହୋଇଥିଲେ। ରାହୁଲ ବର୍ତ୍ତମାନ କ୍ରିକେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି। ନିକଟରେ ହରିୟାଣା କ୍ରିକେଟର ୧୯ ବର୍ଷରୁ କମ୍‌ ଦଳରେ ରାହୁଲଙ୍କ ଚୟନଙ୍କ ହୋଇଛି। ସେହୱାଗ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Virender Sehwag (@virendersehwag)

- Advertisement -

ଫେବୃୟାରୀ ୧୪ରେ ସେହୱାଗ ଏକ ମର୍ମସ୍ପର୍ଶୀ ପୋଷ୍ଟ କରି ଲେଖିଛନ୍ତି, ଏହି ଦୁଃଖଦ ଦିନକୁ ୬ବର୍ଷ ପୂରିଲା। ଆମ ବାହାଦୁର ଯବାନମାନଙ୍କ ବଳିଦାନ ଏକ ଅପୂରଣୀୟ କ୍ଷତି। କିନ୍ତୁ ସହିଦ ବିଜୟ ସୋରେଙ୍ଗଙ୍କ ପୁଅ ରାହୁଲ ସୋରେଙ୍ଗ ଏବଂ ସହିଦ ରାମ ୱକିଲଙ୍କ ପୁଅ ଅର୍ପିତ ସିଂହ ୫ବର୍ଷ ଧରି ସେହୱାଗ ଇଣ୍ଟରନେସନାଲ ସ୍କୁଲରେ ପଢ଼ୁଛନ୍ତି। ରାହୁଲ ନିକଟରେ ହରିୟାଣାର ୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ଖେଳିବା ଲାଗି ଚୟନ ହୋଇଛନ୍ତି। ସମସ୍ତ ବାହାଦୁରମାନଙ୍କୁ ପ୍ରଣାମ।

ସେହୱାଗଙ୍କ ଏହି ପୋଷ୍ଟ କେବଳ ରାହୁଲଙ୍କ ଉପଲବ୍ଧିର ଖୁସିକୁ ଦର୍ଶାଇଡ଼ାହିଁ। ବରଂ ଭାରତୀୟ ସୈନିକମାନଙ୍କ ବଳିଦାନ ଏବଂ ସେମାନଙ୍କ ପରିବାର ପ୍ରତି ସମର୍ଥନର ଗୁରୁତ୍ଵ ଉପରେ ଆଲୋକପାତ କରିଛି। ରାହୁଲ ସୋରେଙ୍ଗଙ୍କ ଘର ଝାଡ଼ଖଣ୍ଡର ଗୁମଲା ଜିଲାରେ। ତାଙ୍କ ବାପା ବିଜୟ ସିଆରପିଏଫର ୮୨ତମ ବାଟାଲିଅନରେ ମୁଖ୍ୟ କନଷ୍ଟେବଳ ପଦବୀରେ ନିଯୁକ୍ତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories