www.samajalive.in
Monday, December 8, 2025
24.1 C
Bhubaneswar

କେରଳ ନର୍ସିଂ କଲେଜରେ ରାଗିଂ ଘଟଣା: ଗିରଫ ୫ ବରିଷ୍ଠ ଛାତ୍ର ବହିଷ୍କୃତ

ତିରୁଅନନ୍ତପୁରମ: କେରଳର କୋଟ୍ଟାୟାମସ୍ଥିତ ସରକାରୀ ନର୍ସିଂ କଲେଜରେ ଘଟିଥିବା ରାଗିଂ ଘଟଣା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏହି ଘଟଣାରେ ବୁଧବାର ୫ ଜଣ ସିନିୟର (ତୃତୀୟ ବର୍ଷ) ଛାତ୍ରଙ୍କୁ ଗିରଫ କରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଗୁରୁବାର ସେମାନଙ୍କୁ ବହିଷ୍କାର କରିଛନ୍ତି। ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଥିବାବେଳେ ଜାତୀୟ ମାନବାଧିକାର କମିସନଙ୍କ ପକ୍ଷରୁ କେରଳ ପୁଲିସକୁ ରିପୋର୍ଟ ତଲବ କରାଯାଇଛି। ଦଶ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଗିରଫ ଛାତ୍ରମାନେ ହେଲେ ରାହୁଲ ରାଜ, ଏନ.ଏସ.ଜିଭା, ଏନ.ପି.ବିବେକ, ରିଜିଲ ଜିତ୍‌ ଏବଂ ସାମୁଏଲ୍‌ସ ଜନସନ। ସୂଚନା ଅନୁଯାୟୀ ଅଭିଯୁକ୍ତ ଛାତ୍ରମାନେ ଗତବର୍ଷ ନଭେମ୍ବରରୁ ପ୍ରଥମ ବର୍ଷ ଛାତ୍ରଙ୍କୁ ୠାଗିଂ କରିଆସୁଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା​‌ ଭିଡିଓ ଅନୁଯାୟୀ ଏହି ସିନିୟର ଛାତ୍ରମାନେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ରୁୂମ୍‌ରେ ଅମାନୁଷିକଭାବେ ୠାଗିଂ କରୁଥିବା ଲକ୍ଷ୍ୟ କରାଯାଇଛି। ସେମା​‌େ​‌ନ ପୀଡିତ ଛାତ୍ରଙ୍କୁ ଖଟରେ ବାନ୍ଧି ଥିବାବେଳେ ତାଙ୍କ ଗୁପ୍ତାଙ୍ଗରେ ଓଜନିଆ ବସ୍ତୁ ଓହଳାଇଛନ୍ତି। ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏହି ଛାତ୍ରମାନେ ସମ୍ପୂର୍ଣ୍ଣ ନିଶାଗ୍ରସ୍ତ ଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି। ମଦ୍ୟପାନ କରିବା ପାଇଁ ଏମାନେ କନିଷ୍ଠ ଛାତ୍ରଙ୍କ ନିକଟରୁ ନିୟମିତ ଅନଲାଇନରେ ଟଙ୍କା ନେଉଥିବା​‌ ଅଭିଯୋଗ ହୋଇଛି। ୠାଗିଂର ଶିକାର ହୋଇଥିବା ଅନ୍ୟ ଜଣେ କନିଷ୍ଠ ଛାତ୍ର କହିଛନ୍ତି ଯେ ସିନିୟର ଛାତ୍ରମାନେ ତାଙ୍କ ବେକରେ ଛୁରି ଲଗାଇ ଜବରଦସ୍ତ ଟଙ୍କା ମାଗିଥିଲେ। ମନା କରିବାରୁ ସେମାନେ ଛୁରିରେ ତାଙ୍କ ଶରୀରର ଏକାଧିକ ଅଂଶରେ ଆଘାତ ଦେଇଥିବା ସେ କହିଛନ୍ତି। ଏହି ଘଟଣାକୁ ନେଇ କେରଳରେ ରାଜନୈତିକ ବାଦାନୁବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ପକ୍ଷରୁ ବାମଦଳର ଛାତ୍ର ଶାଖା ଏସଏଫ୍‌ଆଇକୁ ଦାୟୀ କରାଯାଇଛି। ତେ​‌ବେ ଏସଏଫ୍‌ଆଇ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories