www.samajalive.in
Saturday, December 6, 2025
16.1 C
Bhubaneswar

ଧରାପଡ଼ିଲା ନିରଞ୍ଜନଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଅଭିଯୁକ୍ତ ଧରାପଡ଼ିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଶେଷରେ ୨୦ ଦିନ ପରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ରାଜ୍ୟ ବାହାରୁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଠାରୁ ଚୋରି ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ପୁଲିସ ପକ୍ଷରୁ ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବ।

ଗତ ଜାନୁୟାରୀ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଭିଆଇପି କଲୋନୀସ୍ଥିତ ବାସଭବନରେ ଚୋରି ହୋଇଥିଲା। କେହି ଦୁର୍ବୃତ୍ତ ନିରଞ୍ଜନଙ୍କ ଘରେ ପଶି ୫୦ ଲକ୍ଷ ଟଙ୍କାର ସୁନା, ରୁପା, ହୀରା ଅଳଙ୍କାର ସମେତ ନଗଦ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲା। ଜଣେ ହାଇପ୍ରୋଫାଇଲ ବ୍ୟକ୍ତି ଘରୁ ଭିଆଇପି କଲୋନୀ ଭଳି ଅଞ୍ଚଳରୁ ଚୋରି ହେବା ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହେବାରୁ ପୁଲିସ ଏବଂ ରାଜ୍ୟ ସରକାରକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories