www.samajalive.in
Monday, December 8, 2025
27.1 C
Bhubaneswar

୬ରେ ରାହୁଲଙ୍କ କଳାହାଣ୍ଡି ଓ ରାଉରକେଲାଗସ୍ତ

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଗତ ୨୫ରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ପୁନର୍ବାର ଆସନ୍ତା ୬ରେ ଭବାନୀପାଟଣା ଓ ରାଉରକେଲା ଗସ୍ତରେ ଆସୁଛନ୍ତି। ଭବନୀପାଟଣା ଠାରେ ଦିନ ୧୧.୩୦ରେ ଜନସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୨.୩୦ରେ ରାଉରକେଲା ଠାରେ ଜନସଭାକୁ ସମ୍ବୋଧନ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି। ଏଥିନେଇ ରାଜ୍ୟ କଂଗ୍ରେସରେ ତତ୍ପରତା ପ୍ରକାଶ ପାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଗସ୍ତକୁ ସଫଳ କରିବା ପାଇଁ ଶନିବାର ରାଉରକେଲା ଯାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ରାହୁଳ ଗାନ୍ଧୀଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ଭୁବନେଶ୍ୱର ଠାରେ ବିଶାଳ ଜନସମାବେଶର ସଫଳତା ପରେ ପଶ୍ଚିମ ଓଡ଼ିଶାର ଏହି ଦୁଇଟି ସଭାକୁ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଲଗାତାର ୩ ଥର ଆସିବା ପରେ ରାହୁଳ ଅନୁରୂପଭାବେ ଲଗାତାର ଆସୁଥିବାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ୫ ଦିନ ମଧ୍ୟରେ ଦୁଇଥର ଆସୁଥିବାରୁ ଏଆଇସିସିର ନଜର ଏବେ ଓଡ଼ିଶା ଉପରେ ପଡ଼ିଛି। ସୁନ୍ଦରଗଡ ଲୋକସଭା ଆସନରୁ ଜର୍ଜ ତିର୍କିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ସମ୍ଭାବନା ରହିଥିବାରୁ ରାଉରକେଲା ଠାରେ ଦଳ ବିଶାଳ ସଭାର ଆୟୋଜନ କରିବାକୁ ଯାଉଥିବା ଦଳୀୟ ନେତାମାନେ କହିଛନ୍ତି। ସେହିଭଳି କଳାହାଣ୍ଡି ଭବାନୀପାଟଣା ଠାରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ତତ୍ତ୍ୱାବଧାନରେ ବିଶାଳ ଜନସଭାର ଆୟୋଜନ ହୋଇଛି। ରାଜ୍ୟର ବିଜେଡ଼ି ସରକାର କେନ୍ଦ୍ରର ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ରାହୁଳଙ୍କ ଗସ୍ତ ସମୟରେ ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ସମସ୍ତ ରଣକୌଶଳ ଅବଲମ୍ବନ କରିଛି। ରାଜ୍ୟସଭା ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ, ବିମୁଦ୍ରାୟନ ଓ ଜିଏସ୍‍ଟି ଭଳି ପ୍ରସଙ୍ଗରେ ବିଜେଡ଼ି ନିଃସର୍ତ୍ତ ସମର୍ଥନ ଦେଇଥିବାରୁ ରାଜ୍ୟ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରି କାର୍ଯ୍ୟକ୍ରମ ହାତକୁ ନେଇଛି। ସେଥିପାଇଁ ତମାଣ୍ଡୋ ସଭାରେ ରାହୁଳ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଥିଲେ। କେନ୍ଦ୍ର ଓ ରାଜ୍ୟର ବିଫଳତାକୁ କଂଗ୍ରେସ ମୁଦା କରିବା ପାଇଁ ଦଳରେ ବିଚାରବିମର୍ଶ ଚାଲିଛି। ବରିଷ୍ଠ ନେତାଙ୍କୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାହୁଳଙ୍କ ଗସ୍ତ କିଭଳି ସଫଳ କରାଯିବ ରାଉରକେଲା ଠାରେ ବରିଷ୍ଠ ନେତାଙ୍କ ସହିତ ବିଚାରବିମର୍ଶ ଚଳାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ରାହୁଳଙ୍କ ଏହି ଗସ୍ତକୁ ରାଜ୍ୟ କଂଗ୍ରେସ ଗୁରୁତ୍ୱ ଦେଇ ସବୁ ନେତାଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ କରିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories