www.samajalive.in
Tuesday, December 9, 2025
15.1 C
Bhubaneswar

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ସନ୍ଦେହ

ରାୟଗଡା : ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ। ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଗଣେଶ ନଗର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତକ ବିଦ୍ୟା ନଗର ଅଞ୍ଚଳର ରଶ୍ମୀ ବଡକୁମାର ବୋଲି ଜଣାପଡିଛି। ୨୦୨୪ ଜୁଲାଇ ମାସରେ ସେ ଚନ୍ଦ୍ରପୁର ଗାଁର ଦେବାଶିଷ ମାଝୀଙ୍କୁ ବିବାହ କରିଥିଲେ। ଗତକାଲି ରାତିରେ ଗଣେଶ ନଗର ସ୍ଥିତ ଭଡାଘରୁ ରଶ୍ମୀଙ୍କର ମୃତଦେହ ଉଦ୍ଧାର ହୋଇଛି। ଯୌତୁକ ପାଇଁ ଶାଶୁ ଘର ଲୋକେ ରଶ୍ମୀଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ରଶ୍ମୀ ପୋଷ୍ଟାଲ ରେ ଚାକିରି କରୁଥିବାବେଳେ ତାଙ୍କ ସ୍ଵାମୀ କନଷ୍ଟେବଳ ଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories