www.samajalive.in
Friday, December 5, 2025
27.1 C
Bhubaneswar

ଆସନ୍ତା ସପ୍ତାହରେ ଦିଲ୍ଲୀରେ ସରକାର ଗଠନ !

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ ପୂର୍ବକ ଦୀର୍ଘ ୨୭ବର୍ଷ ପରେ ସରକାର ଗଠନ କରିବାକୁ ଯାଉଛି। ଏହି ବିଜୟ ପରେ ଦିଲ୍ଲୀରେ ବିଜେପିର ସରକାର ଗଠନ କେବେ ହେବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ମୋଦୀ ଫେବୃଆରୀ ୧୨ ଓ ୧୩ରେ ଦୁଇଦିନ ପାଇଁ ଆମେରିକା ଗସ୍ତରେ ଯିବେ। ୧୩ ତାରିଖରେ ମୋଦୀ ଆମେରିକାରୁ ଫେରିବେ। ତେଣୁ ଆସନ୍ତା ସପ୍ତାହରେ ଦିଲ୍ଲୀରେ ସରକାର ଗଠନ ନେଇ ବିଜେପି ଦାବି କରିବ। ଦାବି ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଦିନ ଓ ସମୟ ଧାର୍ଯ୍ୟ ହେବ। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମନୋନୟନ ନିଷ୍ପତ୍ତି କେନ୍ଦ୍ରୀୟ ନେତୃବୃନ୍ଦ ନେବେ। ଦିଲ୍ଲୀ ନିର୍ବାଚନ ଫଳ ପ୍ରକାଶ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟମାନେ ଦଳୀୟ ମୁଖ୍ୟାଳୟରେ ବୈଠକ କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ପାଇଁ ନେତା ମନୋନୟନ ପ୍ରସଙ୍ଗ ଆଲୋଚନା ହୋଇଛି କି ନାହିଁ ତାହା ଜଣାପଡି ନାହିଁ।
ଅନ୍ୟପଟେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପରଭେଶ ବର୍ମାଙ୍କ ନାମ ସର୍ବାଗ୍ରେ ରହିଛି। ପରଭେଶ ନୂଆଦିଲ୍ଲୀ ଆସନରୁ ବିଜୟୀ ହୋଇଛନ୍ତି। ଏଠାରେ ସେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେନ୍ଦର ଗୁପ୍ତା ଓ ସତୀଶ ଉପାଧ୍ୟାୟଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ଲାଗି ଚର୍ଚ୍ଚାରେ ରହିଛି। ବିଜେନ୍ଦର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଛନ୍ତି। ସତୀଶ ଜଣେ ପ୍ରମୁଖ ବ୍ରାହ୍ମଣ ଚେହେରା। ସେ ଦିଲ୍ଲୀ ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଆଶିଷ ସୁଦ୍। ସେ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି। ଆଶିଷଙ୍କର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ଘନିଷ୍ଠତା ରହିଛି। ସେହିପରି ଆରଏସଏସ୍‌ରୁ ଆସିଥିବା ଜିତେନ୍ଦ୍ର ମହାଜନ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି। ଏହି ନେତାଙ୍କ ମଧ୍ୟରୁ ଯାହା ମୁଣ୍ଡରେ କେନ୍ଦ୍ରୀୟ ନେତା ମୁକୁଟ ପିନ୍ଧାଇବେ ସେ ହିଁ ମୁଖ୍ୟମନ୍ତ୍ରୀ​‌ ହେବେ। ଶନିବାର ପ୍ରକାଶିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ଅନୁଯାୟୀ ବିଜେପିକୁ ମୋଟ ୭୦ ଆସନରୁ ୪୮ଆସନ ମିିଳିଛି। ଆପ୍‌କୁ ଅବଶିଷ୍ଟ ୨୨ଟି ଆସନ ମିଳିଛି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories