www.samajalive.in
Sunday, December 7, 2025
26.1 C
Bhubaneswar

ବାର୍ଷିକ ଆୟ ୧୪ଲକ୍ଷ ସତ୍ତ୍ବେ ସୁଧୁରୁନି ସ୍ଥିତି, ସଂକଟରେ ଖୋର୍ଦ୍ଧା ଟାଉନ ଷ୍ଟେସନ

ଖୋର୍ଦ୍ଧା (କାର୍ଯ୍ୟାଳୟ): ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଇତିମଧ୍ୟରେ ରେଳ ଯାତାୟାତ ଆରମ୍ଭ କରିସାରିଛି। ଏହି ପଥରେ ଖୋର୍ଦ୍ଧା ରୋଡ଼ଠାରୁ ନୂଆଗାଁ ପର୍ଯ୍ୟନ୍ତ ଯାତ୍ରୀମାନେ ସହଜରେ ପାଇପାରୁଛନ୍ତି। ହେଲେ ୧୦ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିବା ଖୋର୍ଦ୍ଧା ଟାଉନ ରେଳ ରହଣିସ୍ଥଳ (ଷ୍ଟେସନ)ରୁ ବାର୍ଷିକ ୧୪ ଲକ୍ଷ ଟଙ୍କା ଆୟ ହେଉଥିଲେ ସୁଦ୍ଧା ଏହି ଷ୍ଟେସନ ଏବେ ଉପେକ୍ଷିତ ହୋଇପଡ଼ିଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି।

୨୦୧୫ ଜୁଲାଇ ୧୬‌େ‌ର ଉଦ୍‌ଘାଟିତ ହୋଇଥିବା ଖୋର୍ଦ୍ଧା ଟାଉନ ଷ୍ଟେସନ ଦେଇ ସମ୍ପ୍ରତି ୮ଟି ପାସେଞ୍ଜର ଓ ଗୋଟିଏ ଏକ୍ସପ୍ରେସ ଯାତାୟାତ କରୁଛି। ଖୋର୍ଦ୍ଧା ରୋଡ଼ରୁ ନୂଆଗାଁ ପର୍ଯ୍ୟନ୍ତ ସର୍ବାଧିକ ରେଳଭଡ଼ା ୧୦ଟଙ୍କା ଥିବାବେଳେ ଦୈନିକ ଅଣସଂରକ୍ଷିତ ଟିକଟ ବାବଦରେ ୨୦୦ ଟଙ୍କା ଆୟ ହେଉଛି। ସେହିପରି ଏଠାରେ ଗୋଟିଏ ମାତ୍ର ପ୍ଲାଟଫର୍ମ ଥିବାବେଳେ ଦ୍ବିତୀୟ ପ୍ଲାଟଫର୍ମ ନିର୍ମାଣ କରାଯାଇ ନାହିଁ। ଏହାଛଡ଼ା ପରିବହନ କରାଯାଉଥିବା ଯାତ୍ରୀଙ୍କ ସାମଗ୍ରୀ ରଖିବା ନିମନ୍ତେ କୌଣସି ଗୃହ ମଧ୍ୟ ନିର୍ମାଣ କରାଯାଉନି।

- Advertisement -

ସେହିପରି କର୍ମଚାରୀଙ୍କ ନିମନ୍ତେ ସମୁଦାୟ ୫ଟି ଆବାସ ଏହି ଷ୍ଟେସନ ନିକଟରେ ନିର୍ମାଣ କରାଯାଇଥିଲେ ହେଁ ତାହା ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାହାରିକୁ ଦିଆଯାଇ ନଥିବାରୁ ତାହା ଭୂତକୋଠିରେ ପରିଣତ ହେଲାଣି। ଅଧିକାଂଶ ଆବାସର ଝରକା କାଚ ଭାଙ୍ଗି ଯାଇଥିବାବେଳେ କବାଟକୁ ଦୁର୍ବୃତ୍ତମାନେ ଚୋରି କରିନେଉଥିବା ଜଣାପଡିଛି। ସେହିପରି ଏଠାରେ ରେଳ ସୁରକ୍ଷା ବଳ (ଆରପିଏଫ) ଓ ସରକାରୀ ରେଳବାଇ ଥାନା (ଜିଆର୍‌ପି) ନିମନ୍ତେ କୌଣସି ଗୃହ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। କେବଳ ଜଣେ ମାତ୍ର ଆରପିଏଫ କର୍ମଚାରୀ ଯାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଗୃହରେ ବସି ଏଠାରେ ଦାୟିତ୍ବ ତୁଲାଉଛନ୍ତି।

ସେହିପରି ସଂରକ୍ଷିତ ଟିକଟ କାଉଣ୍ଟରକୁ ସମ୍ପ୍ରସାରଣ କରାଯାଉ ନଥିବାରୁ ଏଥିନିମନ୍ତେ ଆସୁଥିବା ଯାତ୍ରୀମାନେ ସମସ୍ୟା ଭୋଗୁଛନ୍ତି। ଏଠାରେ ଜଣେ ହେଲେ ରେଳ ଟିକଟ ନିରୀକ୍ଷକ (ଟିଟିଇ)ଙ୍କୁ ନିଯୁକ୍ତ କରାଯାଇ ନଥିବାରୁ ଅଧିକାଂଶ ଯାତ୍ରୀ ଟିକଟ ନକରି ମାଗଣାରେ ରେଳଯାତ୍ରା କରୁଥିବା ଜଣାପଡ଼ିଛି। ରେଳ ଚଳାଚଳ ସମ୍ପର୍କରେ ସୂଚନା ପାଇଁ ଏଠାରେ ବୈଦ୍ୟୁତିକ ସୂଚନାଫଳକ ନଥିବାବେଳେ ସ୍ବତଃ ଘୋଷଣା ବ୍ୟବସ୍ଥା ମଧ୍ୟ ନାହିଁ। ବାଇକ୍ ରହଣି ସ୍ଥଳ ମଧ୍ୟ ନାହିଁ। ଏଠାରେ ଥିବା ୬ଟି ଦୋକାନ ଗୃହ ଏବେ ବି ଖାଲିପଡ଼ିଛି।

ଷ୍ଟେସନ ପରିଚାଳକଙ୍କୁ ମିଶାଇ ମାତ୍ର ୭ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ ହେଁ ରାତ୍ରି ସମୟରେ ଷ୍ଟେସନ ପରିସର ଖାଁ ଖାଁ ରହୁଥିବାରୁ ସେମାନଙ୍କ ନିରାପତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଷ୍ଟେସନକୁ ମୋ ବସ୍‌ ବା ଅଟୋ ଚଳାଚଳ କରୁ ନଥିବାରୁ ଏଠାକୁ ଯାତ୍ରୀମାନେ ଆସିବା ବା ଏଠାରୁ ଯିବାରେ ଅସୁବିଧା ଭୋଗୁଛନ୍ତି। ଷ୍ଟେସନର ସମ୍ମୁଖ ଭାଗରେ ଲାଗିଥିବା ବିଶାଳ ଜାତୀୟ ପତାକା କେତେକାଂଶରେ ନଷ୍ଟ ହୋଇଥିଲେ ହେଁ ତାହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉନି।

ବାର୍ଷିକ ୧୪ ଲକ୍ଷ ଟଙ୍କାର ଆୟ ଦେଉଥିବା ଖୋର୍ଦ୍ଧା ଟାଉନ ଷ୍ଟେସନର ବିକାଶ ପ୍ରତି ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଦୃଷ୍ଟି ଦେବାକୁ ଦାବି ହେଉଛି। ଏନେଇ ଷ୍ଟେସନ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏଠାକାର ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories