www.samajalive.in
Wednesday, December 10, 2025
26.1 C
Bhubaneswar

ଗୁଜୁରାଟରେ କଂଗ୍ରେସକୁ ଝଟକା, ବିଧାୟିକା ଆଶା ପଟେଲ ଦେଲେ ଇସ୍ତଫା

ଅହମଦାବାଦ : ଗୁଜୁରାଟରେ କଂଗ୍ରେସ ବିଧାୟିକା ଆଶା ପଟେଲ ଶନିବାର ବିଧାନସଭା ଏବଂ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଦଳୀୟ ଆଭ୍ୟନ୍ତରୀଣ କଳହ ପାଇଁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି। ମେହସାଣା ଜିଲା ଉଞ୍ଝା ବିଧାୟିକା ଆଶା ପଟେଲ ଗାନ୍ଧୀନଗରଠାରେ ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତିବ୍ରେଦୀଙ୍କୁ ଶନିବାର ସକାଳେ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ବିଧାନସଭା ବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ପଟେଲଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ଝଟକା ବୋଲି କୁହାଯାଉଛି। ୨୦୧୭ ବିଧାନସଭା ନିର୍ବାଚନରେ ପଟେଲ ବିଜେପି ପ୍ରାର୍ଥୀଙ୍କୁ ହରାଇ କଂଗ୍ରେସ ପାଇଁ ଉଞ୍ଝା ବିଧନାସଭା ଆସନ ଅକ୍ତିଆର କରିଥିଲେ। ଆଶା ପଟେଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ସେ କହିଛନ୍ତି ଯେ ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଅଣଦେଖାର ଶିକାର ହେବା ଯୋଗୁଁ ଇସ୍ତଫା ଦେଇଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories