www.samajalive.in
Monday, December 8, 2025
13.1 C
Bhubaneswar

ଝାଡ଼ଖଣ୍ଡ ସରକାରଙ୍କ ୱେବସାଇଟରେ ହଜାରେ ସଂଖ୍ୟକ ଆଧାର କାର୍ଡ଼ ନମ୍ବର ପ୍ରଘଟ

ନୂଆଦିଲ୍ଲୀ: ହଜାରରୁ ଅଧିକ ଝାଡ଼ଖଣ୍ଡ ସରକାରୀ କର୍ମଚାରୀଙ୍କ ଆଧାର କାର୍ଡ଼ ନମ୍ବର ସରକାରୀ ୱେବସାଇଟରେ ପ୍ରକାଶିତ ହୋଇଯାଇଛି। “ଝାଡ଼ଖଣ୍ଡ.ଗଭ.ଇନ’ ନାମକ ପୋର୍ଟାଲରେ ଝାଡ଼ଖଣ୍ଡ ସରକାର କର୍ମଚାରୀଙ୍କ ଆଟେଡେନ୍ସ ରିପୋର୍ଟ ସର୍ବସାଧାରଣ କରିବାକୁ ଯାଇ ସେମାନଙ୍କ ଆଧାର କାର୍ଡ଼ ନମ୍ବର ମଧ୍ୟ ସର୍ବସାଧାରଣରେ ପ୍ରକାଶ କରି ଦେଇଛନ୍ତି। ସେମାନଙ୍କ କାର୍ଯ୍ୟାଳୟରେ କାମ କରିବାର ବିବରଣୀ ସେମାନଙ୍କ ନାମ ପଦବୀ ଟେଲିଫୋନ ନମ୍ବର ସହ ଆଧାର କାର୍ଡ଼ ନମ୍ବରକୁ ପ୍ରକାଶ କରିଦେଇଛି ସରକାରୀ ପୋର୍ଟାଲ। ମୋଟ୍‍ ୧ଲକ୍ଷ ୬୬ହଜାର କର୍ମଚାରୀଙ୍କ ସମ୍ପର୍କିତ ତଥ୍ୟ ଏହି ପୋର୍ଟାଲରେ ପ୍ରକାଶ କରାଯାଇ ଥିବାବେଳେ ତାହା ପାସୱାର୍ଡ଼ ସୁରକ୍ଷା କବଚ ମଧ୍ୟରେ ନରଖି ସର୍ବସାଧାରଣରେ ପ୍ରକାଶ କରି ଦିଆଯାଇଛି।କର୍ମଚାରୀଙ୍କ ୧୨ଟିକିଆ ଆଧାର କାର୍ଡ଼ ନମ୍ବରକୁ ତାଙ୍କ ଫଟୋର ନାମକରଣ ଭାବେ ବ୍ୟବହାର କରାଯାଇଛି। ଝାଡ଼ଖଣ୍ଡ ସରକାରଙ୍କ ଏଭଳି ପଦକ୍ଷେପ ଆଗାମୀ ଦିନରେ ଉକ୍ତ ଆଧାର ନମ୍ବର ଅପବ୍ୟବହାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories