www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ସଂସ୍କୃତି,ପରମ୍ପରା ଓ ଦର୍ଶନ ବିଶ୍ୱରେ ସ୍ୱତନ୍ତ୍ର

ଗୁରୁଡିଝାଟିଆ: ଭାରତୀୟ ସଂସ୍କୃତି,ପରମ୍ପରା ଓ ଦର୍ଶନ ବିଶ୍ୱରେ ସ୍ୱତନ୍ତ୍ର। ବୈଦିକ ଗୁରୁକୂଳ ଆଶ୍ରମ ଠାରୁ ଆରମ୍ଭ କରି ପ୍ରତିଟି ପ୍ରତ୍ୟେକ କ୍ଷେତ୍ରରେ ପୂଜ୍ୟପୂଜା ଆମ ସଂସ୍କୃତିର ମୂଳପିଣ୍ଡ ଅଟେ ବୋଲି ଓରନ୍ଦା ଗାଁର ରାଧାକୃଷ୍ଣ ଭକ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ପୂଜ୍ୟପୂଜା ଉତ୍ସଵରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଭକ୍ତି ମନ୍ଦିରର ମୁଖ୍ୟ ଅସିତ୍ ମହାରାଜଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ କମିଶନର ସଦସ୍ୟ ତଥା ବରିଷ୍ଠ ଅଧିବକ୍ତା ସୌରଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରତ୍ୟେକ ନାଗରିକ ସମାଜକୁ ଠିକଣା ଢଙ୍ଗରେ ଗଢିତୋଳିବା ଉପରେ ଗୁରୁତ୍ଵ ଆରୋପ କରିବା ସହ ବରିଷ୍ଠ ନାଗରିକ ଦେଶ ଓ ଜାତିର ମାର୍ଗଦର୍ଶକ ବୋଲି କହିଥିଲେ।

- Advertisement -

ଗାଁ ସଭାପତି ମୂରଲୀଧର ବେଉରା, ନବେଢ଼ା ବରିଷ୍ଠ ନାଗରିକ ଆଠଗଡ ର ସଭାପତି ବିମ୍ବାଧର ନାୟକ, ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ସଭାପତି ବେଣୁଧର ମହାନ୍ତି, ମାଗୁଣି ଚରଣ ରାଉତ, ସିଦ୍ଧଗିରି ଆଶ୍ରମର ମୁଖ୍ୟ ସାଧୁ ବିଶ୍ଵନାଥ ଦାସ, ଭାଗବତ ପ୍ରଚାରକ ସିଦ୍ଧେଶ୍ୱର ମହାପାତ୍ର,ଶ୍ୱେତ କାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗାଁ ମୂରବୀ ପ୍ରେମାନନ୍ଦ ବେଉରାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ନଦୀକୁଳ ଓ ନବେଢା ବରିଷ୍ଠ ନାଗରିକ ମଞ୍ଚର ପ୍ରାୟ ୩୦୦ଙ୍କ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories