www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରାଭିସ୍ ହେଡ୍‌ ଓ ଆନାବେଲ୍‌ ସଦରଲାଣ୍ଡଙ୍କୁ ଅଷ୍ଟ୍ରେଲିଆର ଶ୍ରେଷ୍ଠ କ୍ରିକେଟର ପୁରସ୍କାର

ମେଲ୍‌ବୋର୍ଣ୍ଣ: ଟ୍ରାଭିସ୍ ହେଡ୍‌ ଓ ଆନାବେଲ ସଦରଲାଣ୍ଡ ୨୦୨୪ ବର୍ଷ ପାଇଁ ଅଷ୍ଟ୍ରେଲିଆର ଶ୍ରେଷ୍ଠ କ୍ରିକେଟର ଘୋଷିତ ହୋଇଛନ୍ତି। ହେଡ୍‌ଙ୍କୁ ଆଲାନ୍‌ ବର୍ଡର ଓ ସଦରଲାଣ୍ଡଙ୍କୁ ବେଲିଣ୍ଡ କ୍ଲାର୍କ ପଦକ ମିଳିଛି। ବାମହାତି ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ଟ୍ରାଭିସ୍ ହେଡ୍‌ ସମସ୍ତ ଫର୍ମାଟକୁ ମିଶାଇ ୨୦୨୪ରେ ମୋଟ ୨୪୨୭ ରନ୍‌ କରିଥିଲେ। ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ୨ୟ ଟେଷ୍ଟରେ ହେଡ୍‌ ୧୪୧ ବଲ୍‌ରୁ ୧୪୦ ରନ୍‌କରି ଦଳକୁ ଜିତାଇଥିଲେ। ବର୍ଷର ଶ୍ରେଷ୍ଠ କ୍ରିକେଟର ଦୌଡ଼ରେ ହେଡ୍‌ ଦଳର ପେସ୍ ବୋଲର ଜୋସ୍ ହାଜେଲ୍‌ଉଡ୍‌ ଓ ଅଧିନାୟକ ପ୍ୟାଟ୍‌ କମିନ୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି।

୨୦୨୪ରେ ଆନାବେଲ୍‌ ସଦରଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟେଷ୍ଟରେ ପର୍ଥରେ ୨୧୦ ରନ୍‌ କରିଥିଲେ। ପୁଣି ଅଷ୍ଟ୍ରେଲିଆର ପ୍ରଥମ ମହିଳା କ୍ରିକେଟର ଭାବେ ସେ ମେଲ୍‌ବୋର୍ଣ୍ଣରେ ଟେଷ୍ଟ ଶତକ ହାସଲ କରିଥିଲେ। ସଦରଲାଣ୍ଡ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଦୌଡ଼ରେ ଆସ୍‌ଲେ ଗାର୍ଡନର ଓ ବେଥ୍‌ ମୁନିଙ୍କୁ ପଛରେ ପକାଇ ଦେଇଛନ୍ତି।

- Advertisement -

ହାଜେଲ୍‌ଉଡ୍‌ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର ପୁରସ୍କାର ପାଇଛନ୍ତି। ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ସାମ କନ୍‌‌ଷ୍ଟାସ ଶ୍ରେଷ୍ଠ ଯୁବ ଖେଳାଳି, ଆସ୍‌ଲେ ଗାର୍ଡନର ଶ୍ରେଷ୍ଠ ମହିଳା ଦିନିକିଆ ଖେଳାଳି, ବେଥ୍‌ ମୁନି ଶ୍ରେଷ୍ଠ ମହିଳା ଟି୨୦ ଖେଳାଳି, ଆଡାମ୍‌ ଜାମ୍ପା ଶ୍ରେଷ୍ଠ ପୁରୁଷ ଟି୨୦ ଓ କାମେରନ ଗ୍ରୀନ୍‌‌ ଶ୍ରେଷ୍ଠ ପ୍ରଭାବଶାଳୀ ଖେଳାଳି ପୁରସ୍କାର ପାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories