www.samajalive.in
Monday, December 8, 2025
13.1 C
Bhubaneswar

ବାଘ ହାତୀ ଗଣୁଛନ୍ତି, ମଣିଷ କେବେ?

ସମାଜ ଡିଜିଟାଲ ଡେସ୍କ: ପ୍ରତି ୫ ବର୍ଷରେ ଥରେ ହାତୀ ଗଣନା କରାଯାଏ। କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁସାରେ ଆସନ୍ତା ଜୁନ୍ ସୁଦ୍ଧା ହାତୀ ଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ସାର୍ବଜନୀନ ହେବ। ସେହିପରି ଗତ ଡିସେମ୍ୱର ମାସରେ ବାଘ ଗଣନା ସରିଛି।ସାରା ଦେଶରେ ୩,୬୮୨ଟି ବାଘ ଅଛନ୍ତି ବୋଲି ରିପୋର୍ଟ କହୁଛି।

ମାତ୍ର ୨୦୧୧ ମସିହା ପରଠାରୁ ଦେଶର ସଠିକ୍ ଜନସଂଖ୍ୟା କେତେ ତାହାର ହିସାବ ନାହିଁ। ୨୦୨୧ ମସିହାରେ ହେବାକୁ ଥିବା ଜନଗଣନାକୁ କରୋନା କାରଣରୁ ବାତିଲ କରି ଦିଆଯାଇଛି। ୧୯୮୧ ମସିହା ଠାରୁ ପ୍ରତି ୧୦ ବର୍ଷରେ ଜନଗଣନା ହୋଇ ଆସୁଥିଲା। ଏଥର କିନ୍ତୁ ୨୦୨୧ରୁ ୨୦୨୫ର ପ୍ରଥମ ମାସ ଶେଷ ହେବାକୁ ବସିଲାଣି ଜନଗଣନା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଜନଗଣନା ବନ୍ଦ ହୋଇଯିବା ଫଳରେ ସମସ୍ତ ସରକାରୀ ଯୋଜନାଗୁଡ଼ିକ ଲୋକସଂଖ୍ୟା ଦୃଷ୍ଟିରୁ ଆନୁମାନିକ ଭାବରେ କରାଯାଉଛି। ସେପଟେ ଜାତି ଗଣନାକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। କେତେକ ରାଜନୈତିକ ଦଳ ଏହା ସପକ୍ଷରେ ଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି। କିଛି ବର୍ଷ ହେଲା କରୋନା କଟକଣା ହଟି ସାରିଲାଣି, ମାତ୍ର ଜନଗଣନା କରାଯାଉ ନାହିଁ। ଏହା ଖୁବ ଶୀଘ୍ର କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

- Advertisement -

ତେବେ ଏଥର ସରକାରୀ ଭାବରେ ଜନଗଣନା କରାଯିବା ପୂର୍ବରୁ ଆଗେ ଲୋକମାନେ ସ୍ୱ ଗଣନା କରିବେ। ଅର୍ଥାତ ପ୍ରଥମେ ଏକ ପୋର୍ଟାଲରେ ନିଜକୁ ନିଜେ ରେଜିଷ୍ଟ୍ରର କରିବାକୁ ହେବ। ଏହା ସହିତ ଏଥର ମୋବାଇଲ ନମ୍ବର ଏବଂ ଆଧାର ନମ୍ୱର ବାଧ୍ୟତାମୂଳକ ହେବ। ଘରେ ଶୌଚାଳୟ ଅଛି ନା ନାହିଁ, ଯଦି ଅଛି କେଉଁ ପ୍ରକାରର? ଭଳି ଅନେକ ତଥ୍ୟ ଦେବାକୁ ହେବ। ଏହା ବାଦ ଦୁଇ ଚକିଆ ଠାରୁ ଚାରିଚକିଆ ପର୍ଯ୍ୟନ୍ତ ଗାଡ଼ି ଓ ନିଜେ ବ୍ୟବହାର କରୁଥିବା ଫୋନ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ। ଏନେଇ ସରକାରୀ ଭାବରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। କିନ୍ତୁ ଏଥର ଜନଗଣନା ବେଳେ ଏହି ସବୁ ତଥ୍ୟ ଦେବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ଜନଗଣନା ପୂର୍ବରୁ ଘର ଗଣନା ମଧ୍ୟ କରାଯାଇଥାଏ। ତାହା ବି ଏପର୍ଯ୍ୟନ୍ତ କରାଯାଇ ନାହିଁ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories