www.samajalive.in
Sunday, December 14, 2025
26.1 C
Bhubaneswar

ଆସିଲା ‘ଡବା କାର୍ଟେଲ’ ଟିଜର, ଡ୍ରଗ୍‌ ମାଫିଆ ଅବତାରରେ ଶବାନା ଆଜମୀ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ଏକ ନୂଆ ଓ୍ବେବ ସିରିଜ୍‌ ଆସିବାକୁ ଯାଉଛି, ଯେଉଁଥିରେ ପୁରୁ​‌ଷ ନୁହେଁ ବରଂ ମହିଳାମାନେ ଡ୍ରଗ୍ସ ମାଫିଆ ସାଜି ରାଜୁତି କରୁଥିବା ଦେଖିବାକୁ ମିଳିବ। ଶୁକ୍ରବାର ‘ଡବା କାର୍ଟେଲ’ ନାମକ ଏହି ସିରିଜ୍‌ର ଟିଜର ରିଲିଜ ହୋଇଛି।

‘ଡବା କାର୍ଟେଲ’ ଏକ କ୍ରାଇମ ଥ୍ରୀଲର ସିରିଜ୍, ଯାହାର ନିର୍ଦେଶନା ଦେଇଛନ୍ତି ହିତେଶ ଭାଟିଆ। ଏକ୍ସେଲ୍‌ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଓ୍ବେବ ସିରିଜ୍‌ରେ ଶବାନା ଆଜମୀ ଡ୍ରଗ୍‌ ଡେଲିଭରୀ କରୁଥିବା ମହିଳାମାନଙ୍କ ନେତୃତ୍ଵ ନେଇଥିବା ଦେଖିବାକୁ ମିଳିଛି। ସିରିଜ୍‌ର କାହାଣୀ କିଛି ମହିଳାଙ୍କଠାରୁ ଆରମ୍ଭ ହେଉଛି, ଯେଉଁମାନେ ନିଜ ଘର ଚଳାଇବା ପାଇଁ ଏକ ଛୋଟ ଖାଦ୍ୟ ବାକ୍ସ ବିକ୍ରି କରୁଛନ୍ତି। କିନ୍ତୁ ତାଙ୍କ ଭାଗ୍ୟ ସେତେବେଳେ ବଦଳି ଯାଉଛି ଯେତେବେଳେ ସେ ଡ୍ରଗ୍ ମାଫିଆଙ୍କୁ ଭେଟୁଛନ୍ତି।

- Advertisement -

ଆଜି ‘ଡବା କାର୍ଟେଲ’ର ଦମ୍‌ଦାର ଟିଜର ସହ ଷ୍ଟ୍ରିମିଙ୍ଗ୍‌ ତାରିଖ ଉପରୁ ମଧ୍ୟ ପରଦା ଉଠିଛି। ଟିଜର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବା ଭ୍ୟୁଜ୍‌ ଓ କମେଣ୍ଟରୁ ଅନୁମାନ କରିହେଉଛି। ଫେବୃଆରୀ ୨୮ରେ ନେଟଫ୍ଲିକ୍ସ ଇଣ୍ଡିଆରେ ରିଲିଜ୍‌ ହେବ ଏହି ସିରିଜ୍‌।

ଏଥିରେ ଶବାନା ଆଜମୀଙ୍କ ବ୍ୟତୀତ ଶାଳିନୀ ପାଣ୍ଡେ, ଅଞ୍ଜଳି ଆନନ୍ଦ, ଜ୍ୟୋତିକା, ଶ୍ରୀ ପ୍ରକାଶ ମିଶ୍ରା, ସଲିମ ହୁସୈନ ମୁଲ୍ଲା, ଜିଶୁ ସେନଗୁପ୍ତା, ସାଇ ତାହ୍ମଣକର ଓ ଗଜରାଜ ରାଓ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories