ଠାକୁରମୁଣ୍ଡା : ପୁଣି ଶିମିଳିପାଳର ଅଭୟାରଣ୍ୟର ଦୁଇଟି ସ୍ଥାନରେ ଚଢାଉ କରି ୭୩ ହଜାର ଅଫିମ ଗଛ ନଷ୍ଟ କଲା ପୋଲିସ୍ ଓ ଅବକାରୀ ବିଭାଗ। ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ହେବ।ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବେଆଇନ୍ ଅଫିମ ଚାଷ ହେଉଥିବା କୋୖଣସି ସୂତ୍ରରୁ ଖବର ପରେ ଆକ୍ସନ ମୋଡକୁ ଆସିଛି ପୁଲିସ୍ ଓ ଅବକାରୀ ବିଭାଗ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଫିମ ଚାଷୀ କିମ୍ବା ମାଫିଆ ମାଫିଆ କୁ ଗିରଫ କରିବାରେ ସଫଳ ହୋଇନି ପୁଲିସ୍ । ଶିମିଳିପାଳ ଅଭୟାରଣ୍ୟର କୁ ଅଫିମ ଚାଷର ଭୁ ସ୍ବର୍ଗ କହିଲେଣି। ଗତ ବର୍ଷ ଅଭୟାରଣ୍ୟ ରେ ୧୦ କୋଟି ରୁ ଉର୍ଦ୍ଧ୍ବ ଅଫିମ ଗଛ ନଷ୍ଟ କରିଥିଲେ ପୁଲିସ୍ , ଅବକାରୀ ଓ ବନବିଭାଗ ଟିମ୍। ତେବେ ଏତେପରିମାଣ ଅଫିମ ଚାଷ ଚାଲିଥିଲା , ବିଭାଗ କିପରି ଜାଣିପାରିଲା ନାହିଁ, କି ସବୁ ଜାଣତରେ ଚାଲିଥିଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଯଶିପୁର ଥାନା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
Popular Categories



