www.samajalive.in
Friday, December 12, 2025
23.1 C
Bhubaneswar

ମହାକାଶରୁ ଏମିତି ନଜର ଆସିଲା ମହାକୁମ୍ଭର ଦୃଶ୍ୟ, ଫଟୋ ଭାଇରାଲ

ନୂଆଦିଲ୍ଲୀ : ମହାକୁମ୍ଭ ୨୦୨୫ ପାଇଁ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି । କୋଟି କୋଟି ସଂଖ୍ୟାରେ ଭକ୍ତ ସଙ୍ଗମ ନଗରୀରେ ବୁଡ ପକାଉଛନ୍ତି । ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଛି । କିଛି ଡ୍ରୋନ୍ ଭିଡିଓ ସମସ୍ତଙ୍କ ମନ ମୋହୁଛି । ତେବେ ନିକଟରେ ମହାକାଶରୁ ପ୍ରୟାଗରାଜ କୁମ୍ଭ ମେଳାର ଏକ ଫଟୋ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଖୁସି କରିବା ସହ ଆଶ୍ଚର୍ଯ୍ୟ କରୁଛି ।

- Advertisement -

ମହାକୁମ୍ଭର ମହାକାଶରୁ ନିଆଯାଇଥିବା ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି । ଏହି ଫଟୋ ନାସାର ମହାକାଶ ଯାତ୍ରୀ ଡୋନାଲ୍ଡ ପେଟିଟ୍ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ମହାକୁମ୍ଭର ଦୃଶ୍ୟ ମହାକାଶରୁ କିଛି ଭିନ୍ନ ନଜର ଆସୁଛି । ଆଲୋକରେ ଚିକମିକ୍ କରୁଛି ସଙ୍ଗମ ନଗରୀ । ସମସ୍ତେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । କହିରଖୁଛୁ ମହାକୁମ୍ଭ ୨୦୨୫ ର ସମାପନ ଫେବୃୟାରୀ ୨୬ରେ ହେବ ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories