www.samajalive.in
Sunday, December 7, 2025
16.1 C
Bhubaneswar

ଗୋ ମାତାଙ୍କ ଦୁର୍ଗତି, ରାଜପଥ କଡରେ ହେଉଛନ୍ତି ଛଟପଟ

ଲକ୍ଷ୍ମୀପୁର: ଗାଈକୁ ଆମେ ଗୋ ମାତା କହିବା ସହିତ ତେତିଶ କୋଟି ଦେବାଦେବୀ ତାଙ୍କ ଦେହରେ ଥିବା ବିଚାର କରୁ। ହେଲେ ସେହି ଗୋମାତାମାନଙ୍କୁ ଲୋକେ ପାଳନ କରିବା ପରିବର୍ତ୍ତେ ବାହାରକୁ ଛାଡ଼ି ଦେଇ କେଉଁଠି ଅଛି କେମିତି ଅଛି ଖୋଜ ଖବର ନେଉନାହାନ୍ତି। ଏହି ଭଳି ପ୍ରାୟତଃ କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ମହକୁମାରେ ଦେଖିବାକୁ ମିଳୁଛି। ବୁଧବାର ଏକ ଗାଈ ପ୍ରାଣୀଧନ ଚିକିତ୍ସାଳୟ ନିକଟ ରାଜପଥ କଡ଼ରେ ପଡି଼ ଛଟପଟ ହୋଉଥିବା ଦେଖିବାକୁ ମିଳିଛି। ଏଠାରେ ଦୁଇ ଦିନ ହେଲା ଗାଈଟି ଏହି ଭଳି ଶୀତ କାକରରେ ପଡି ରହିଥିବା ସ୍ଥାନୀୟ ବାସିନ୍ଦା ଈଷ୍ଟ ସଗରିଆ ପ୍ରକାଶ କରିଛନ୍ତି। ତା’ ମାଲିକ ଖୋଜୁ ନାହାନ୍ତି କି ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରୁନାହାନ୍ତି, ଯାହା ଅତ୍ୟନ୍ତ ଦୁଃଖର ବିଷୟ। କେବଳ ଏହି ଗାଈ ନୁହେଁ ଏହି ଭଳି ଅବସ୍ଥା ସବୁବେଳେ ଏଠାରେ ଦେଖିବାକୁ ମିଳୁଛି। ଏପରି କି ଦୁର୍ଘଟଣାର ଶିକାର ହୋଇ ଅନେକ ସମୟରେ ଗାଈ ବାଛୁରୀ ମୃତ୍ୟୁମୁଖରେ ପଡୁଛନ୍ତି। ବ୍ଲକ ପ୍ରଶାସନ ଓ ପଞ୍ଚାୟତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories