ଲାଞ୍ଜିଗଡ: କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ରାଜ୍ୟର ସମସ୍ତ ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ରମାନ ଖୋଲିଛନ୍ତି। ଏହି କେନ୍ଦ୍ରରେ ୩ ରୁ ୬ ମାସର ଶିଶୁଙ୍କୁ ୬ ଦିନକୁ ୬ ପ୍ରକାର ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପୋଷାକ, ସୁଇଟର, ଜୋତା ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷ ଯୋଗାଇଛନ୍ତି। ସବୁ କେନ୍ଦ୍ରରେ ଶିଶୁଙ୍କ ପ୍ରି ସ୍କୁଲ ଶିକ୍ଷା ପାଇଁ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀ ନିଯୁକ୍ତ କରିଛନ୍ତି।
ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ମାନଙ୍କରେ ଚାଉଳ ନଥିବାରୁ କେବଳ ସିଝା ଅଣ୍ଡା ଖାଇ ଭୋକରେ ଫେରୁଛନ୍ତି। କୋମଳମତି ଶିଶୁ କେନ୍ଦ୍ର ଅଛି, ପିଲା ଵି ଅଛନ୍ତି, ଅଙ୍ଗନବାଡି କର୍ମୀ ମଧ୍ୟ ରହି ପିଲାଙ୍କୁ ଶିକ୍ଷା ଦେଉଛନ୍ତି ହେଲେ ପିଲାଙ୍କ ଖାଇବା ପାଇଁ ଦାନା ନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। କିଛି ବିଭାଗୀୟ କର୍ମଚାରୀ ଓ ଟ୍ରାନ୍ସପୋର୍ଟିଂ ଏଜେଣ୍ଟଙ୍କ ଖାମଖିଆଲି ନୀତି ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଦୁଇ ମାସ ହେଲା କେନ୍ଦ୍ର ମାନଙ୍କୁ କାହିଁକି ଚାଉଳ ଯୋଗାଣ ହେଉନି, କଣ ଅସୁବିଧା ରହିଛି, ଏହାର ବିକଳ୍ପ ବ୍ୟବସ୍ଥା କଣ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି।
ଲାଞ୍ଜିଗଡ ବ୍ଲକରେ ୨୨୬ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୫ ହଜାରରୁ ଉର୍ଦ୍ଧ ୩ ବର୍ଷ ରୁ ୬ବର୍ଷ ଶିଶୁ କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି। ବିଡ଼ମ୍ବନାର ବିଷୟ ଦୁଇ ମାସ ହେବ ଏହି ଶିଶୁ ମାନଙ୍କୁ ରନ୍ଧା ଖାଦ୍ୟ ମିଳୁନି। ଏ ସମ୍ପର୍କରେ ଲାଞ୍ଜିଗଡ ବ୍ଲକ ଶିଶୁ ବିକାଶ ଅଧିକାରୀଣି ବିଜୟଶ୍ରୀ ସିଂଙ୍କୁ ପଚାରିବାରୁ ସେ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ଅନିଲ ଅଗ୍ରୱାଲଙ୍କୁ ବାରମ୍ବାର ଚାଉଳ ଦେବାପାଇଁ କୁହାଯାଉଛି। ଏହାକୁ ନେଇ ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ପ୍ରକାଶ କରିଥିଲେ।
ଚାଉଳ ଯୋଗାଣ ବନ୍ଦ; ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ
Popular Categories



