ଖୋର୍ଦ୍ଧା: ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ମାଫିଆ। ୩ ଗଞ୍ଜେଇ ମାଫିଆ ଗିରଫ । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଚନ୍ଦକା ରୋଡ୍ ଲତା ଭୁଆସୁଣୀ ମନ୍ଦିର ନିକଟରେ ଚଢାଉ କରାଯାଇଥିଲା। ଏସଟିଏଫ୍ ଟିମ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଏକ କାରରେ କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଚଢାଉ ବେଳେ ଏସଟିଏଫ୍ ଟିମ୍ କାରରୁ ୧ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲେ। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଅକ୍ଷୟ କୁମାର ବିନ୍ଧାଣୀ, ବିକ୍ରମ କୁମାର ବେହେରା ଓ କୁକୁନା ବେହେରା। ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି।
Popular Categories


