www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀ ବିମାନ ବନ୍ଦରରେ କଟକଣା: ୨୬ ପର୍ଯ୍ୟନ୍ତ ଦୈନିକ ୧୪୫ ମିନିଟ ବନ୍ଦ ରହିବ ରନ୍‌ୱେ

ନୂଆଦିଲ୍ଲୀ: ଆସନ୍ତା ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ସମସ୍ତ ରନୱେକୁ ଦୈନିକ ୧୪୫ (୨ଘଣ୍ଟା ୨୫ ମିନିଟ) ମିନିଟ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି କଟକଣା ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଭଳି କଟକଣା ଲାଗୁ ହେବାଫଳରେ ୧୩୩୬ଟି ବିମାନର ଚଳାଚଳ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଜଣାପଡିଛି।

ଏଭଳି କଟକଣା ସମ୍ପର୍କରେ ନୋଟାମ୍‌ (ଏ ନୋଟିସ ଟୁ ଏୟାରମେନ୍‌) ପକ୍ଷରୁ ବିଭିନ୍ନ ଏୟାରଲାଇନ୍ସ ଓ ବିମାନଯାତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୯ରୁ ଏହି କଟକଣା କାର୍ଯ୍ୟକାରୀ ହୋଇସାରିଛି। ଜାନୁଆରୀ ୧୯ରେ ୧୭୦ ଏବଂ ୨୦ରେ ୧୬୯ ବିମାନର ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ୨୧ରେ ୧୬୦ଟି ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଅନ୍ୟ ୫ ଦିନରେ ଦୈନିକ ୧୬୩ରୁ ୧୭୧ ବିମାନ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories