www.samajalive.in
Sunday, December 7, 2025
15.1 C
Bhubaneswar

ରାଜଭବନ ଛକରେ ଦୁର୍ଘଟଣା: ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ରାଜଧାନୀରେ ଛାତିଥରା ଦୁର୍ଘଟଣା ଘଟାଇ ଦୁଇ ଦୁଇଟି ଜୀବନ ନେଇଥିବା ଅଭିଯୁକ୍ତ ଚାଳକକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ନନ୍ଦନକାନନ ଥାନା ରଘୁନାଥପୁର ରାଜମନୋହର ରେସିଡେନ୍ସିରେ ରହୁଥିବା ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ମଙ୍ଗଳାଯୋଡ଼ିର ଲଲାଟେନ୍ଦୁ ବାରିକ। ସୂଚନାଯୋଗ୍ୟ, ଅନିଲ କୁମାର ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଶନିବାର ଅପରାହ୍ଣରେ ତାଙ୍କ ବାପା ଓ ଦାଦା ଦୁହେଁ ଏକ ମୋଟରସାଇକଲରେ ଗୋପବନ୍ଧୁ ଛକ ପାର୍ଶ୍ବରୁ ରାଜଭବନ ଅଭିମୁଖେ ଯାଉଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଅଭିଯୁକ୍ତ ପାୱାର ହାଉସ ଛକ ପାର୍ଶ୍ବରୁ ଏକ କାର୍‌କୁ ବେପରୁଆ ଭାବେ ଦ୍ରୁତ ଗତିରେ ଆଣି ରାଜଭବନ ଛକ ନିକଟରେ ଖୁବ୍‌ ଜୋରରେ ତାଙ୍କ ମୋଟର ସାଇକଲକୁ ଧକ୍କା ଦେଇଥିଲା। ଏଥିରେ ଭାରସାମ୍ୟ ହରାଇ ଉଭୟେ ତଳେ ପଡ଼ିଯିବା ପରେ ଅନିଲଙ୍କ ଦାଦାଙ୍କ ଉପରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଚଢ଼ିଯାଇଥିଲା। ଅନ୍ୟ ଏକ ମୋଟରସାଇକଲରେ ଯାଉଥିବା ଜଣେ ବ୍ୟକ୍ତି ମଧ୍ୟ ଏହି ଘଟଣାରେ ଗୁରୁତର ହୋଇଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ଅନିଲଙ୍କ ଦାଦାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ବାପା ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଅନ୍ୟ ଆହତ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ପୁଲିସ କାର୍‌ ଚାଳକକୁ କାବୁ କରିବା ସହ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ମୋଟରସାଇକଲକୁ ଜବତ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories