www.samajalive.in
Thursday, December 11, 2025
13.1 C
Bhubaneswar

ଟ୍ରାଫିକ୍ ଯନ୍ତ୍ରଣାରେ ରାଜଧାନୀବାସୀ: ପୁଲିସ ଜଳକା; ଜନତା ହିନସ୍ତା

ଭୁବନେଶ୍ୱର : ରାଜଧାନୀରେ କୌଣସି ଉତ୍ସବ ନଥିଲା । କୌଣସି ସରକାରୀ କାର୍ଯ୍ୟକ୍ରମ ବି ନଥିଲା । ତଥାପି ଶନିବାର ସନ୍ଧ୍ୟାରେ ଟ୍ରାଫିକ୍ ଯନ୍ତ୍ରଣାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀବାସୀ। କମିସନରେଟ ଟ୍ରାଫିକ ପୁଲିସ ଜଳକା ଭଳି ଚାହିଁଥିଲା, ଭିଡ଼ରେ କଲବଲ୍ ହେଉଥିଲେ ସହରବାସୀ। ଯୁଆଡ଼େ ଗଲେ ସିଆଡ଼େ ଅବସ୍ଥା ସମାନ। ଅଖ ଚକ ଜାମ୍ ହୋଇଯାଇଥିଲା। ଦୁଇଚକିଆ ଗାଡ଼ି ବି ଆଗକୁ ଗଡ଼ିନଥିଲା। ନିରୁପାୟ ସାଜିଥିଲେ ସାଧାରଣ ଲୋକ । କିଛି ସମୟ ପରେ ଟ୍ରାଫିକ୍ ପୁଲିସ ପହଞ୍ଚିଥିଲା।

ଭିଡ଼ ଦୂର କରିବାକୁ ଚେଷ୍ଟା କରିବା ବେଳେ ମୋ ବସ୍ ଚାଳକଙ୍କ ଧମକ ଭିଡ଼କୁ ଦୁଇଗୁଣା କରିଥିଲା। ଏହା ଥିଲା ରାଜମହଲ ଛକର ଅବସ୍ଥା । ମୋ ବସ୍ ଚାଳକଙ୍କ ନାଲି ଆଖ୍ ଦେଖ୍ ପୁଲିସ ନାଚାର ହୋଇଥିଲା। ୪ ଚକିଆ ଗାଡ଼ିର ଅବସ୍ଥା କ’ଣ ଥିବ ଏଥିରୁ ଅନୁମେୟ । ସରକାର ଆଉ କ’ଣ ସୁବିଧା ଯୋଗାଇଲେ ଭୁବନେଶ୍ଵରର ଟ୍ରାଫିକ୍ ସମସ୍ୟାକୁ କମିସନରେଟ ପୁଲିସ ଦୂର କରିପାରିବ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଥିଲେ । ଗତ ଶନିବାର ସହରର ଟ୍ରାଫିକ୍ ପରିଚାଳନା ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଆମ୍ବୁଲାନ୍ସ ବି ଫସିଥିଲା। ଗୋଟିଏ ଥାନାରୁ ଟ୍ରାଫିକ୍ ଥାନା ସଂଖ୍ୟା ୨ରେ ପହଞ୍ଚିଛି। ସେହି ତୁଳନାରେ କର୍ମଚାରୀଙ୍କ ସଂଖ୍ୟା ସରକାର ବୃଦ୍ଧି କରିଛନ୍ତି ।

- Advertisement -

ଟ୍ରାଫିକ୍ ପୁଲିସ ପାଇଁ ସ୍ଵତନ୍ତ୍ର ଜଣେ ଉପାଯୁକ୍ତ ରହିଛନ୍ତି । ଜଣେ ଏସିପି ସମେତ ୨ ଜଣ ଇନ୍ସପେକ୍ଟର ଭୁବନେଶ୍ଵର ଦାୟିତ୍ଵରେ ଅଛନ୍ତି। ଏଥିସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ଭିତ୍ତିଭୂମି ଓ ମାନବ ସମ୍ବଳରେ ଅନେକ ବୃଦ୍ଧି ପାଇଛି। ହେଲେ ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିଜ ପରିଚାଳନାଗତ ତ୍ରୁଟିକୁ ଲୁଚାଇବା ଲାଗି ପୁଲିସ ଗାଡ଼ିମୋଟର ଓ ଲୋକ ସଂଖ୍ୟା ବୃଦ୍ଧିକୁ ଦ୍ବାହି ଦେଉଥିବା ଅଭିଯୋଗ ହୋଇଛି। ଶନିବାର ସ୍ମାର୍ଟ ସିଟି ଟ୍ରାଫିକ ଭିଡ଼ରେ ରହିଯାଇଥିଲା । ଘଣ୍ଟା ଘଣ୍ଟା ଧରି ଲୋକେ ଭିଡ଼ରେ ଫସିଥିଲେ। ଯୁଆଡ଼େ ଗଲେ ସିଆଡ଼େ ଜାମ୍। କଳ୍ପନାରୁ ଏଜି ଛକ, ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ଛକ, ଫରେଷ୍ଟ ପାର୍କରୁ ଶିଶୁଭବନ ଛକ ଓ ଶିଶୁଭବନରୁ ରାଜମହଲ ସୁବିଠି ଭିଡ଼ । କିଏ ହେଲ୍‌ମେଟ ପିନ୍ଧିନି, ଆଉ କିଏ ମୋବାଇଲରେ କଥା ହେଉଛି ତା’ ଫଟୋ ଉଠାଇବାରେ ବ୍ୟସ୍ତ ରହୁଛନ୍ତି କର୍ମଚାରୀ।

ଫଳରେ ଟ୍ରାଫିକ ପରିଚାଳନା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଟ୍ରାଫିକ୍ ବ୍ୟବସ୍ଥା ପଛେ ଚୁଲିକି ଯାଉ ବର୍ଷ ଶେଷ ବେଳକୁ କିପରି ଅଧିକ ଜୋରିମାନା ଆଦାୟ କରି ସରକାରଙ୍କ ନିକଟରୁ ପ୍ରଶଂସା ସାଉଣ୍ଟିବ ସେ ଦିଗକୁ ପୁଲିସ ଅଧୂକ ଗୁରୁତ୍ବ ଦେଉଛି । ଟ୍ରାଫିକ୍ ପୋଷ୍ଟ ଫାଙ୍କା ପଡ଼ୁଛି। କର୍ମଚାରୀ ଜୋରିମାନା ଆଦାୟ କରିବାକୁ ରାସ୍ତାପାର୍ଶ୍ଵରେ ଛକି ରହୁଛନ୍ତି । କିଏ ଶିରସ୍ତ୍ରାଣ (ହେଲମେଟ) ପିନ୍ଧିନି ତ’ ଆଉ କିଏ ସିଟବେଲ୍ଟ ବାନ୍ଧିନି କର୍ମଚାରୀ ଚାହିଁ ରହୁଛନ୍ତି। ନଜରକୁ ଆସିବା ମାତ୍ରେ ମୋବାଇଲରେ ଫଟୋ ଉଠାଇ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଜୋରିମାନା ମେସେଜ ପଠାଇ ଦେଉଛନ୍ତି। ସହରରେ ଟ୍ରାଫିକ୍ ସମସ୍ୟା ଦୂର କରିବା ଲାଗି ପୁଲିସ ଗୋଟିଏ ପରେ ଗୋଟିଏ ଯୋଜନା କରୁଛି। ସବୁ ଯୋଜନା କାଗଜପତ୍ରରେ ରହିଯାଉଛି। ଫଳରେ ଦିନକୁ ଦିନ ସହରର ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories