www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ମୂଲ୍ୟାୟନ କଲେ ରାଜ୍ୟ କାୟାକଳ୍ପ ଟିମ୍

କଲମପୁର: ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିୟୋଜିତ କାୟାକଳ୍ପ ଟିମ୍ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରମାନ ମୂଲ୍ୟାୟନ କରିଛନ୍ତି। ଡାକ୍ତର ଶୁଭ୍ରଜ୍ୟୋତି ରାଓଙ୍କ ନେତୃତ୍ୱରେ କନସୋଲଟାଣ୍ଟ ବସନ୍ତ କୁମାର ସାହୁ, ପିରାମଲ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ପ୍ରୀତିଶ ନନ୍ଦ ପ୍ରମୁଖଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର କ୍ୱାଲିଟି ମ୍ୟାନେଜର ରୀତା ନାଏକ ଏବଂ ତାପସୀ ବାରିକ ଏହି ଟିମରେ ସାମିଲ ହେଇ କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ପରିଦର୍ଶନ କରି ମୂଲ୍ୟାୟନ କରିଥିଲେ।

ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝୀ, ଡାକ୍ତର ସୋନାଲି ପଣ୍ଡା, ଡାକ୍ତର ଅମିୟ କୁମାର ଜଗଦଲା, ଡାକ୍ତର ଆଶୁତୋଷ ପରିଡା, ଡାକ୍ତର ଅମୂଲ୍ୟ କୁମାର ବେହେରା, ଫାର୍ମାସି ଅଫିସର ସୁବଳ ନାଏକ, ମାନସ ରଞ୍ଜନ ପଣ୍ଡା, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ, ବି.ପି.ଏମ ପ୍ରଶାନ୍ତ କୁମାରପାଢୀ, ସୌରୀ ବାଗ, କଲ୍ୟାଣୀ ପଟେଲ, ରୋଜି ପଟେଲ, କଲିଥା ମିଂଜ, ଶିଶିର ସାବତ, ବସନ୍ତ କୁମାର ନିଆଲ, ପ୍ରଶାନ୍ତ କୁମାର ବେହେରା, ସୁପର ଭାଇଜର କୃଷ୍ଣ ମୋହନ ସୁନାନୀ ଏବଂ ଏଲଏଣ୍ଡ କେ କର୍ମଚାରୀ ପ୍ରମୁଖ ଟିମକୁ ସ୍ୱାଗତ ଜଣାଇଥିଲେ। ଏହି ଟିମରେ ସାମିଲ ଅଧିକାରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱାସ୍ତ୍ୟ କେନ୍ଦ୍ରର ସଫେଇ, ସହ ଲାବ୍ରୋଟରୀ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।

- Advertisement -

ଏହାସହ ବର୍ହିଃ ବିଭାଗ, ଅର୍ନ୍ତଃ ବିଭାଗ, ବୁଲି ଦେଖିବା ସହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ତ୍ୟ ସେବା ନେଇ ଆଲୋଚନା କରିଥିଲେ। ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଯୋଜନା ଦେଖିବା ସହ କାଗଜାତ ତନଖି କରିଥିଲେ। ସେବିକା ଗୃହରେ ସେବୀକାଙ୍କ ସହ ତାଙ୍କ ସେବା ପରିଧି ନେଇ ଆଲୋଚନା କରିଥିଲେ। କାୟାକଳ୍ପ ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପ୍ରସ୍ତୁତି ନେଇ ଟିମ ଲିଡର ଡାକ୍ତର ଶୁଭଅର ଜ୍ୟୋତି ରାଓଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories