www.samajalive.in
Tuesday, December 9, 2025
16.1 C
Bhubaneswar

ଇରାନ୍‌ ସୁପ୍ରିମକୋର୍ଟରେ ୨ ବିଚାରପତିଙ୍କୁ ହତ୍ୟା

ତେହରାନ୍‌ : ଇରାନ୍‌ ସୁପ୍ରିମକୋର୍ଟରେ ଦୁଇ ବିଚାରପତିଙ୍କୁ ଶନିବାର ଗୁଳି କରି ହତ୍ୟା କରାଯାଇଛି। ଜଣେ ଅଚିହ୍ନା ବନ୍ଧୁକଧାରୀ ହଠାତ୍‌ କୋର୍ଟ ମଧ୍ୟରେ ପ୍ରବେଶ କରି ଦୁଇ ବିଚାରପତିଙ୍କୁ ଗୁଳି ଚଳାଇଥିଲା। ଏଥିରେ ଦୁଇ ବିଚାରକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପରେ ଆତତାୟୀ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲା। ଦୁଇ ମୃତ ବିଚାରପତି ଅଲୀ ରାଜିନି  ଓ ମହମ୍ମଦ ମୋଘିସେ ଅତି ଅଭିଜ୍ଞ ଓ ନିର୍ଭୀକ ଥିଲେ। ସେମାନେ ଆତଙ୍କବାଦ, ଗୁଇନ୍ଦାଗିରି ଓ ରାଷ୍ଟ୍ରୀୟ ନିରାପତ୍ତା ସମ୍ପର୍କିତ ମାମଲାର ବିଚାର କରୁଥିଲେ। ୨୦୨୩ ଏପ୍ରିଲରେ ଦେଶର ଶକ୍ତିଶାଳୀ ଧର୍ମଗୁରୁ ଆବାସ୍‌ ଅଲୀ ସୋଲେମାନିଙ୍କୁ ଏକ ବ୍ୟାଙ୍କରେ ହତ୍ୟା କରାଯିବା ପରେ ଏହା ଦ୍ବିତୀୟ ବଡ଼ ଧରଣର ହତ୍ୟାକାଣ୍ଡ। ଗତ ବର୍ଷ ଇରାନ୍‌ରେ ବହୁ ଉଚ୍ଚ ସ୍ଥାନୀୟ ପଦାସୀନ ବ୍ୟକ୍ତିଙ୍କୁ ନିଶାଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories