ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା, ବଡସିଂହାର ବେଶରେ ଦର୍ଶନ ଦେଲେ ମଣିବାବା
ଆରଡି: ମଙ୍ଗଳବାର ପବିତ୍ର ମକର ସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ମନ୍ଦିରର ପରମ୍ପରା ଅନୁଯାୟୀ ମଣିବାବାଙ୍କୁ ଲାଗି ହୋଇଥିଲା ନୂଆ ଚାଉଳ ଓ ଆଖୁ ଛେନା ପଣାରେ ପ୍ରସ୍ତୁତ ମକରଚାଉଳ ଓ ପୋଡପିଠା ଭୋଗ। ମଣିବାବାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା ପୀଠରେ।
ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ଯାରିକେଡ ବ୍ଯବସ୍ଥା କରାଯାଇଥିଲା। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ ସହ ରୀତିନୀତି ଅନୁଯାୟୀ ମଣିବାବାଙ୍କୁ ଜଳାଭିଷେକ ଓ ଘର୍ଷଣ ଲାଗିକରାଯାଇ ସମସ୍ତ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ମକର ଚାଉଳ ଓ ପୋଡପିଠା ଭୋଗ ଲାଗି କରାଯାଇଥିଲା। ଅପରାହ୍ଣ ସୁଧା ସମସ୍ତ ନୀତିକାନ୍ତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଛିତ କରାଯାଇ ସଂଧ୍ଯା ଆଳତୀ କରାଯାଇଥିଲା।
Comments are closed.