www.samajalive.in
Saturday, December 6, 2025
26.1 C
Bhubaneswar

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜାତୀୟ ଯୁବ ଦିବସ ପାଳିତ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧନ କୁମାର ଦାସ ଏବଂ ବିଶ୍ୱଜିତ ଜେନାଙ୍କ ନେତୃତ୍ୱରେ ଏକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଭାତ ଫେରି ହୋଇଥିଲା। କୁନି କୁନି ଛୁଆ ମାନେ ବିବେକାନନ୍ଦ ଏବଂ ଭାରତମାତା ବେଶରେ ସୁସଜ୍ଜିତ ହୋଇ ବିଭିନ୍ନ ପ୍ଲାକାର୍ଡ ଧରି ଜନ ସମାଜ ପ୍ରତି ବିବେକାନନ୍ଦଙ୍କ ଅବଦାନ ଏବଂ ବିଶ୍ୱ ଭାତୃତ୍ୱ ବିଷୟରେ ଅବଗତ କରାଇଥିଲେ। ପରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ନିଜନିଜ ବକ୍ତବ୍ୟରେ ବିବେକାନନ୍ଦଙ୍କ ଆତ୍ମଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଗୁରୁଜୀ ଏବଂ ଗୁରୁମା ମାନଙ୍କ ଦ୍ୱାର ପରିବେଶ ସଫେଇ କରାଯାଇଥିଲା।ଅନୁଷ୍ଠିତ ହୋଇଥିବା ପ୍ରଭାତ ଫେରି, ସାଧାରଣ ସଭା ଏବଂ ପରିବେଶ ସଫେଇ କାର୍ଯକ୍ରମରେ ରଶ୍ମିତା ବେହେରା, ସଞୁଲତା ମାହୁନ୍ତ, ଜୟଶ୍ରୀ ଜେନା, ନନ୍ଦିତା ପଣ୍ଡା, ପ୍ରିୟଦର୍ଶନୀ ପଣ୍ଡିତ, ସଞୁକ୍ତା ଦାସ, କବିତା ପ୍ରଧାନ, ତନ୍ମୟୀ ଭଳ, ନମିତା ମାଇତି, ପ୍ରିୟଙ୍କା ମହାଳିକ, ମିଲି ମଣ୍ଡଳ, ମାନସୀ ମଣ୍ଡଳ, ଉମେଶ ଚନ୍ଦ୍ର ସେଠୀ ଏବଂ ଝରଣା ମାଇତି ଉପସ୍ଥିତ ରହିବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories