www.samajalive.in
Monday, December 8, 2025
13.1 C
Bhubaneswar

୧୭ ବର୍ଷ ପରେ ମୃତ ଘୋଷିତ ବ୍ୟକ୍ତିଙ୍କ ଆବିର୍ଭାବ

ଲକ୍ଷ୍ନୌ: ଆଜକୁ ୧୭ ବର୍ଷ ପୂର୍ବେ ମୃତ ଘୋଷିତ ଜଣେ ବ୍ୟକ୍ତିଙ୍କର ପୁଣି ଆବିର୍ଭାବ ଘଟିବା ପରେ ବିହାର ପୁଲିସ ବର୍ତ୍ତମାନ ଅଡୁଆ ସ୍ଥିତିର ସମ୍ମୁଖୀନ ହୋଇଛି। ସେତେବେଳେ ଏହି ବ୍ୟକ୍ତି ନିଖୋଜ ଘୋଷିତ ହୋଇଥିବାବେଳେ ତାଙ୍କର ମାମୁ ଥାନାରେ ହତ୍ୟା ମାମଲା ଦାଏର କରିଥିଲେ। ପୁଲିସ ମୃତ ଘୋଷିତ ବ୍ୟକ୍ତିଙ୍କ କକା ଓ ୩ କକାପୁଅ ଭାଇଙ୍କୁ ଗିରଫ କରି ଜେଲ ପଠାଇଥିଲା। ଇତିମଧ୍ୟରେ କକା ପ୍ରାଣ ହରାଇ ସାରିଥିବାବେଳେ ତିନି କକାପୁଅ ଭାଇ ଜାମିନରେ ବାହାରିଛନ୍ତି। ସୂଚନା ମୁତାବକ ୫୦ ବର୍ଷୀୟ ନାଥୁନି ପାଲ ହେଉଛନ୍ତି ବିହାରର ଦେଓରିଆ ଜିଲା ବାସିନ୍ଦା। ପିଲାବେଳେ ପିତାଙ୍କର ମୃତ୍ୟୁ ଘଟିଥିବାବେଳେ ମାଆ ଆଉ ଜଣକୁ ବିବାହ କରି ପଳାଇଥିଲେ। ସେହିଦିନଠାରୁ ନାଥୁନି ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡିଥିଲେ। ପରିସ୍ଥିତିରେ ପଡି ସେ ୨୦୦୭ରେ ଘର ଛାଡି ପଳାଇଥିଲେ। ତାଙ୍କର ମାମୁ ଥାନାରେ ନିଖୋଜ ମାମଲା ଦାଏର କରିଥିବାବେଳେ ସମ୍ପତ୍ତି ଲୋଭରେ କକା ଓ କକା ପୁଅମାନେ ନାଥୁନିଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା। ଜେଲରେ କକାଙ୍କର ମୃତ୍ୟୁ ଘଟିଥିବାବେଳେ ତିନି କକା ପୁଅ ଭାଇଙ୍କୁ ଜାମିନ ମିଳିସାରିଛି। ଇତିମଧ୍ୟରେ ଉତ୍ତର ପ୍ରଦେଶର ଝାନ୍‌ସୀ ପୁଲିସ ଚଳିତମାସ ୬ରେ ପାଟ୍ରୋଲିଂ କରୁଥିବାବେଳେ ନାଥୁନିଙ୍କୁ ବୁଲୁଥିବା ଲକ୍ଷ୍ୟ କରିଥିଲା। ପଚରା ଉଚୁରା କରିବା ପରେ ନାଥୁନି ସବୁ କଥା ବର୍ଣ୍ଣନା କରିଥିଲା। ବିହାର ପୁଲିସ ସହ ଯୋଗାଯୋଗ କରିବା ପରେ ସତ ଘଟଣା ସାମନାକୁ ଆସିଛି। ଜଣେ ବ୍ୟକ୍ତି ନିଖୋଜ ଥିବାବେଳେ ବିହାର ପୁଲିସ କିପରି ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories