www.samajalive.in
Saturday, December 6, 2025
16.1 C
Bhubaneswar

ଆପ୍‌କୁ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସମର୍ଥନ: ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ଏକ ଘରିକିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇପାରି ନାହିଁ। ବିରୋଧୀ ‘ଇଣ୍ଡି’ ମେଣ୍ଟର ଅଂଶୀଦାର ଥିବା ଏହି ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ପରିସ୍ଥିତିରେ ଆପ୍‌ ପ୍ରତି ଇଣ୍ଡି ମେଣ୍ଟର ଅନ୍ୟ ଅଂଶୀଦାର ଦଳଗୁଡିକ ସମର୍ଥନ ବ୍ୟକ୍ତ କରିଥିବାବେଳେ କଂଗ୍ରେସ ଏକ ଘରିକିଆ ହୋଇପଡିଛି। ଦିଲ୍ଲୀ ନିର୍ବାଚନରେ ଆପ୍‌କୁ ସମର୍ଥନ ଜଣାଇଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଏହା ବ୍ୟତୀତ ଉଦ୍ଧବ ଠାକରେଙ୍କ ଶିବସେନା ୟୁବିଟି ମଧ୍ୟ ଆପ୍‌କୁ ସମର୍ଥନ ଜଣାଇବାର ସମ୍ଭାବନା ରହିଛି। ତୃଣମୂଳ କଂଗ୍ରେସ (ଟିଏମସି) ଆପ୍‌କୁ ନିଜର ସମର୍ଥନ ଜଣାଇବା ପରେ ଅରବିନ୍ଦ କେଜରିୱାଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମମତାଙ୍କ ପରେ ଅଖିଳେଶ ଯାଦବ ଆପ୍‌କୁ ନିଜର ସମର୍ଥନ ଜଣାଇଛନ୍ତି। ସେହିପରି ଶିବସେନା ୟୁବିଟିର ସମର୍ଥନ ପାଇବା ଲାଗି କେଜରିୱାଲ ଉଦ୍ଧବ ଠାକରେଙ୍କ ସହ ଆଲୋଚନା ଚଳାଇଛନ୍ତି।
ଦିଲ୍ଲୀ ନିର୍ବାଚନ ଅଲଗା ଲଢିବାକୁ ନିଷ୍ପତ୍ତି ନେବା ପରେ କଂଗ୍ରେସ ଓ ଆପ୍‌ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଚଳାଇଛନ୍ତି। ନିକଟରେ କଂଗ୍ରେସ ଆପ୍ ଓ ଏହାର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ‘ଫର୍ଜିୱାଲା’ କହି ସମାଲୋଚନା କରିଥିଲା। ଏପରି ସମାଲୋଚନା ପରେ କଂଗ୍ରେସକୁ ଇଣ୍ଡି ମେଣ୍ଟରୁ ହଟାଇବା ଲାଗି ଆପ୍ କହିଥିଲା। ଏହା ପୂର୍ବରୁ ଇଣ୍ଡି ମେଣ୍ଟର ନେତୃତ୍ବ ନେବାରେ କଂଗ୍ରେସ ବିଫଳ ହୋଇଥିବା ଅଂଶୀଦାର ଦଳଗୁଡିକ କହିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପରିବର୍ତ୍ତେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ନେତା କରିବାକୁ ଅଂଶୀଦାର ଦଳ ଗୁଡିକ ମଧ୍ୟରେ ଆ​‌େ​‌ଲାଚନା ହୋଇଥିଲା। ଫେବୃଆରୀ ୫ରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳଗୁଡିକ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି। ତେବେ ଏହି ପ୍ରଚାର ମଇଦାନକୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଓହ୍ଲାଇ ନାହାନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories