www.samajalive.in
Thursday, December 11, 2025
15.1 C
Bhubaneswar

ରସୁଲଗଡ-ବାଣୀବିହାର ଓଭରବ୍ରିଜ୍‌ରେ ବୀଭତ୍ସ ହତ୍ୟା, ସଫେଇ କର୍ମଚାରୀଙ୍କ କାମ ବନ୍ଦ ଚେତାବନୀ..

ଭୁବନେଶ୍ୱର : ଗୋଟିଏ ପଟେ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ପଟେ ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବ୍ରିଜ୍‌ ଉପରେ ବିଚ୍‌ ରାସ୍ତା ଉପରେ ଜଣେ ସଫେଇ କର୍ମଚାରୀଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି। ମୃତକ ଜଣକ ହେଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ସହଦେବ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି । ତେବେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଘଟଣାର ଅଧିକ ଖୋଳତାଡ କରୁଛି।
ମିଳିଥିବା ସୂଚନାନୁଯାୟୀ, ଭୋର୍‌ ସମୟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ସହଦେବଙ୍କୁ ଗୋଡାଇ ଗୋଡାଇ ହାଣି ତାଙ୍କୁ ହତ୍ୟା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ୟ ସଫେଇକର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ ବୋଲି ଉତ୍ତ୍ୟକ୍ତ କର୍ମୀମାନେ ଚେତାବନୀ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories