www.samajalive.in
Monday, December 8, 2025
17.1 C
Bhubaneswar

ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାରିଗାଁ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ଗରୀବ ତଥା ଅସହାୟ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ଭାରତୀୟ ରେଡ କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ କମ୍ବଳ ଲୁଙ୍ଗି, ଗାମୁଛା, ପାଲ, ଶାଢ଼ୀ, ବାଲଟି, ମଗ ଓ ରୋଷାଇ ବାସନ ଆଦି ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ଟ୍ରଷ୍ଟର ସଭାପତି ଦିଲ୍ଲୀପ କୁମାର ସାହାଣୀଙ୍କ ଉଦ୍ୟମ ଯୋଗୁଁଁ ଏହି ସବୁ ରିଲିଫ ଦ୍ରବ୍ୟ ଜିଲ୍ଲାକୁ ଅଣାଯାଇ ଗ୍ରାମାଞ୍ଚଳର ଗରୀବ ଲୋକଙ୍କୁ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ଉପ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଓ ଶୁଭେନ୍ଦୁ ତ୍ରିପାଠୀ, ସଦସ୍ୟ ନୃସିଂହ ବେହେରା, ବି ଭି ଶଙ୍କର, ସାର୍ତାଗୁଡାର ସାମାଜିକ କର୍ମୀ ଅବନୀ କଂହର ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନରେ ସହାୟତା କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories