www.samajalive.in
Monday, December 8, 2025
14.1 C
Bhubaneswar

ଅନ୍ନର ଋଣ ଶୁଝିଲା ବୁଲା କୁକୁର

ଭୋପାଳ: ନିୟମିତ ଖାଇବାକୁ ଦେଉଥିବା ଜଣେ ମହିଳାଙ୍କୁ ରକ୍ଷା କରିବାକୁ ଯାଇ ମଧ୍ୟପ୍ରଦେଶର ଏକ ବୁଲା କୁକୁର ଗୁରୁତର ହୋଇଛି। ତାଙ୍କରି ହାତ ରନ୍ଧା ଭୋକ ମେଣ୍ଟାଇ ଥାଏ ରାସ୍ତାରେ ବୁଲୁଥିବା ଏହି କୁକୁରର। ତେଣୁ ଅନ୍ନଦାତାଙ୍କୁ ଉତ୍ପୀଡ଼ନରୁ ରକ୍ଷା କରିବାକୁ ଯାଇ ଆତତାୟୀଙ୍କ ଛୁରା ମାଡ଼ରେ ଗୁରୁତର ହୋଇଛି କୁକୁର।
ଭୋପାଳର ଛୋଲା ଅଞ୍ଚଳରେ ଘଟିଛି ଏହି ଘଟଣା। ରାସ୍ତାର ଏହି କୁକୁରକୁ “ଶେରୁ’ ନାମରେ ନାମିତ କରି ନିୟମିତ ଖାଇବାକୁ ଦେଉଥିଲେ ଏକ ଦମ୍ପତି। ୨୯ବୟସ୍କ ଏହି ମହିଳା ରବିବାର ମଧ୍ୟାହ୍ନ ଭୋଜନ ପରେ ଘରେ ବିଶ୍ରାମ ନେଉଥିଲେ। ମଧ୍ୟାହ୍ନ ଭୋଜନରେ ବଳକା ଖାଦ୍ୟ ଖାଇ ପରିସର ମଧ୍ୟରେ ବିଶ୍ରାମ ନେଉଥିଲା ଶେରୁ। ଏହି ସମୟରେ ମାଲିକାଣୀଙ୍କ ଚିତ୍କାର ଶେରୁକୁ ଚକିତ କରିଥିଲା। ଘର ଭିତରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ମାଲିକାଣୀଙ୍କୁ ଆକ୍ରମଣ କରିବାର ଦୃଶ୍ୟ ଦେଖି କାଳ ବିଳମ୍ବ ନକରି ତାଙ୍କୁ ରକ୍ଷା କରିବାକୁ ଘଟଣାସ୍ଥଳକୁ ଡେଇଁ ପଡ଼ିଥିଲା ଶେରୁ। କୁକୁରଠାରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟକ୍ତିଜଣକ ଏକ ଧରୁଆ ଛୁରାରେ ଶେରୁକୁ ଆକ୍ରମଣ କରିଥିଲା। ଛୁରାଘାତରେ ଶେରୁର ଡାହାଣ ଗୋଡ଼ କଟିଯାଇଥିଲା। ତେବେ ଆଘାତକୁ ଭ୍ରୁକ୍ଷେପ ନକରି ମାଲିକାଣୀକୁ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଥିଲା ଶେରୁ। ଫଳରେ ବାଧ୍ୟ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା ଦୁର୍ବୃତ୍ତ।
ପରେ ଏହି ଘଟଣା ଛୋଲା ପୁଲିସ ନିକଟରେ ପହଞ୍ôଚ ଥିଲା। ମହିଳାଙ୍କ ପ୍ରତିବେଶୀ ସୁନୀଲ ନାମକ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ନିଶାସକ୍ତ ଅବସ୍ଥାରେ ସୁନୀଲ ପଡ଼ୋଶୀ ମହିଳାଙ୍କୁ ଉତ୍ପୀଡ଼ନ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories