www.samajalive.in
Wednesday, December 10, 2025
26.1 C
Bhubaneswar

ହୀରାପଶିରେ ବଡ଼ଧରଣର ଅବକାରୀ ଚଢ଼ାଉ, ମଦ ଓ ବୋଲେରୋ ଜବତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ହୀରାପଶି ଗ୍ରାମରେ ଆଜି ଏସପିଙ୍କ ନିର୍ଦ୍ଦେଶ କ୍ରମେ ତୁରୁମୁଙ୍ଗା ପୁଲିସ ଏପିଆର ପୁଲିସ ବଳଙ୍କୁ ନେଇ ଚଢ଼ାଉ କରିଥିଲା। ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏସ ଆଇ ରସାନନ୍ଦ ନାଏକ ଓ ସୁରେଶ ସାହୁଙ୍କ ସହ ଥାନାର ଅନ୍ୟ ଅଧିକାରୀ ମାନେ ଏପିଆର ପୁଲିସ ବଳ ସହ ହୀରାପଶିରେ ଚାଲିଥିବା ଚୋରା ମଦ ଭାଟି ଉପରେ ଚଢାଉ ସମୟରେ ୨ଟି ମଦ ଭାଟି ଭାଙ୍ଗିବା ସହ ୫ଶହ କେଜିରୁ ଅଧିକ ମହୁଲପୋଚ ନଷ୍ଟ କରିଛନ୍ତି। ମଦ ଭାଟିରୁ ମଦ ରନ୍ଧା ସାମଗ୍ରୀ ଜବତ କରାଯିବା ସହ ମହୁଲି ମଦ ଥିବା ଏକ ବୋଲେରୋକୁ ପୁଲିସ ଜବତ କରିଛି। ବୋଲେରୋ ମାଲିକ ରମାକାନ୍ତ ମାଝୀ ଓ ତାହାର ସହଯୋଗୀ ମାନେ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ଦଫା ୫୨(କ) ଓଡ଼ିଶା ଅବକାରୀ ଆଇନ ୨୦୦୮ ରେ ଥାନା ଏ.ଏସ.ଆଇ ବୀରେନ୍ଦ୍ର କିଶୋର ବେହେରା ମାମଲା ସଂଖ୍ୟା ୪/୨୦୨୫ ମୂଳେ ଘଟଣାର ତଦନ୍ତ କରୁଛନ୍ତି। ମୋଟ ୪୦ ଲିଟର ରନ୍ଧା ମଦ ଭାଟିରୁ ଜବତ କରାଯାଇଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories