www.samajalive.in
Monday, December 8, 2025
24.1 C
Bhubaneswar

ହାତୀ ଘଉଡ଼ାଇବାକୁ ନିଆଁ ଲଗାଉଥିଲେ, ପୋଡ଼ିହୋଇ ମହିଳାଙ୍କ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ଝାଟିପଡା ଗ୍ରାମର ଶଙ୍ଖାଳି ବାରିକଙ୍କ ସ୍ତ୍ରୀ ଜୁଲି ବାରିକ(୪୫)ଙ୍କର ନିଆଁରେ ପୋଡ଼ିହୋଇ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଝାଟିପଡା ଗ୍ରାମକୁ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଆସୁଥିବା ଖବର ପାଇ ସେହି ଗ୍ରାମବାସୀ ଗାଁ ଚାରିପଟେ ନାଆଁ ଜାଳିଥିଲେ। ସେହି ଗ୍ରାମର ଶଙ୍ଖାଳି ବାରିକଙ୍କ ସ୍ତ୍ରୀ ଜୁଲି ବାରିକ ମଧ୍ୟ ପୋଡ଼ା ମୋବିଲ ସାହାଯ୍ୟରେ ନିଆଁ ଜଳାଉଥିବାବେଳେ ସେହି ନିଆଁ ଜୁଲି ବାରିକଙ୍କ ଦେହରେ ଲାଗିଯାଇଥିଲା। ସେଠାରେ ଥିବା ଜୁଲିଙ୍କର ସ୍ୱାମୀ ଓ ତାଙ୍କ ପୁଅ ତାଙ୍କୁ ସଙ୍ଗେସଙ୍ଗେ ପାଟଣା ମେଡିକାଲକୁ ଆଣି ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ନେଉଥିବାବେଳେ ଘଟଗାଁ ପରେ କନ୍ତୋ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କୁ ଘସିପୁରା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜୁଲିଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପାଟଣା ବନ ବିଭାଗ ଘଟଣାର ପ୍ରାଥମିକ ତଦନ୍ତ କରିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories