www.samajalive.in
Monday, December 8, 2025
24.1 C
Bhubaneswar

ଜୀବନରେ ନମ୍ବର ବଡ଼ ନୁହେଁ, ଲକ୍ଷ୍ୟ ହିଁ ବଡ଼: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୀବନରେ ଲକ୍ଷ୍ୟ ବଡ଼ ହେବା ଉଚିତ। ପରୀକ୍ଷାର ନମ୍ବର ନୁହେଁ। ପରୀକ୍ଷା ଆସିବ ଓ ଯିବ। କିନ୍ତୁ ଲକ୍ଷ୍ୟ ସ୍ଥିର ହେବା ଆବଶ୍ୟକ। ଲକ୍ଷ୍ୟପଥରେ ଚାଲି ବିଫଳ ହେଲେ କ୍ଷମା କରାଯାଇପାରେ;କିନ୍ତୁ ଲକ୍ଷ୍ୟହୀନ ହେବା କିମ୍ବା ଲକ୍ଷ୍ୟ ଛୋଟ ହେବା ଉଚିତ ନୁହେଁ। ‘ପରୀକ୍ଷା ପେ ଚର୍ଚ୍ଚା’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।
ସ୍ଥାନୀୟ ତାଲକାଟୋରା ଷ୍ଟାଡିୟମ୍‍ରୁ ସମଗ୍ର ଦେଶର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଧୈର୍ଯ୍ୟ, ସାହସ, ସ୍ଥିରତା ଓ ସଫଳତାର ମନ୍ତ୍ର ବାଣ୍ଟିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୋର୍ଡ ପରୀକ୍ଷା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ ଏହା ଜୀବନର ପରୀକ୍ଷା ନୁହେଁ। ଏହା ଜୀବନକୁ ଅଚଳ କରିଦେବ ନାହିଁ। ଈଶ୍ୱର ଆମକୁ ଅନେକ ଦକ୍ଷତା ଦେଇଛନ୍ତି। ପରୀକ୍ଷା ହେଉଛି ସେହି ଦକ୍ଷତାକୁ ପ୍ରତିପାଦନ କରିବାର ସୁଯୋଗ। ଏହାର ସଦୁପଯୋଗ କରିବା ଓ ପରୀକ୍ଷାରୁ ଜ୍ଞାନ ଆହରଣ କରିବା ଆବଶ୍ୟକ।ନିଜ ଭିତରେ ଥିବା ଉତ୍ସାହ, ଆବେଗ, ଶକ୍ତି ଓ ଇଚ୍ଛା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କୁ ଜଣାନ୍ତୁ ଏବଂ ତାହାକୁ ସାକାର କରିବାର ଶକ୍ତି ଥିବା ପ୍ରମାଣ କରନ୍ତୁ।
ଅଭିଭାବକଙ୍କ ଉଦ୍ଦେଶ୍ୟରେ ମୋଦୀ କହିଲେ ଯେ ବାପାମାଆମାନେ ସେମାନଙ୍କ ସ୍ୱପ୍ନକୁ ପିଲାମାନଙ୍କ ଉପରେ ଲଦି ଦେବା ଉଚିତ ନୁହେଁ। ବିଫଳତାରେ ମଧ୍ୟ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିିତ କରିବା ଆବଶ୍ୟକ। ଯଦି ଜଣେ ଶିଶୁ ଚାଲିବା ବେଳେ ପଡ଼ିଯାଏ ତେବେ ମାଆମାନେ ତାଳିମାରି ଉତ୍ସାହିତ କରିବା ଆବଶ୍ୟକ। ଅଭିଭାବକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ ଭାବେ ବନ୍ଧୁବର୍ଗ ଓ ପରିଜନଙ୍କୁ ଦେଖାଇବା ଉଚିତ। ଅନ୍‍ଲାଇନ୍‍ ଗେମ୍‍ ଅଭ୍ୟାସରୁ ପିଲାମାନଙ୍କୁ କେମିତି ଦୂରେଇ ରଖିହେବ ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ମୋଦୀ କହିଲେ ଯେ ଏବେ ଟେକନୋଲଜିର ଯୁଗ। ତେଣୁ ପିଲାମାନଙ୍କୁ ଟେକନୋଲଜି ପ୍ରତି ଉତ୍ସାହିତ କରିବା ଆବଶ୍ୟକ। ସେହିପରି ଅନ୍ୟ ପିଲାଙ୍କ ସହିତ ତୁଳନା ନ କରିବାକୁ ଶିକ୍ଷକ ଓ ଅଭିଭାବକଙ୍କୁ ଉପଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ର୍ୟାଙ୍କ ପଛରେ ନ ଦୌଡ଼ି ଚତୁଃପାଶ୍ୱର୍ରେ ଥିବା ପରିବେଶ ଓ ସମାଜରୁ ଶିକ୍ଷା ଆହରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରିବେଶ ଓ ଅଭିଭାବକମାନେ ପ୍ରବର୍ତ୍ତାଇବା ଆବଶ୍ୟକ।
ଏଭଳି କେଉଁ ଶକ୍ତି ରହିଛି ଯାହା ଆପଣଙ୍କୁ ୧୭ ଘଣ୍ଟା ସକ୍ରିୟ ରଖୁଛି ବୋଲି ଜଣେ ଛାତ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ମୋଦୀ କହିଲେ ଯେ ଜଣେ ମା’ ତାର ପିଲାମାନଙ୍କ ପାଇଁ ଦିନରାତି ପରିଶ୍ରମ କରୁଛି। ମୁଁ ସେହି ମା’ଠାରୁ ପ୍ରେରଣା ପାଇଛି। ଦେଶର ୧୨୫ କୋଟି ଲୋକଙ୍କ ପାଇଁ କାମ କରୁଛି। ଏହା ହିଁ ମୋତେ ଶକ୍ତି ଦେଇଛି। ସମୟ ପରିଚାଳନା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ର ଦେଇଥିଲେ।
ଦିବଂଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ପିଲାମାନଙ୍କ ଉପରୁ ପରୀକ୍ଷାର ଚାପ ହ୍ରାସ କରିବାରେ ଅଭିଭାବକଙ୍କ ଭୂମିକା ବର୍ଣ୍ଣନା କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ପରେ ପରେ ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ଦ୍ୱାରା ବାଦ୍ୟଯନ୍ତ୍ରରେ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ମନଭରି ଉପଭୋଗ କରିବା ସହିତ ପ୍ରଶଂସା କରିଥିଲେ।
ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଚାପ ହ୍ରାସ କରିବା ପାଇଁ ସେମାନଙ୍କ ସହିତ ଆଲୋଚନା କରିବାରେ ନରେନ୍ଦ୍ର ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି। ଗତ ବର୍ଷ ଏଥିରେ ୭ କୋଟି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ୧୨ କୋଟି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ସେ କହିଛନ୍ତି। ସମସ୍ତଙ୍କୁ ଶିକ୍ଷା ଓ ଉତ୍ତମ ଶିକ୍ଷା ହିଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଗତ ବର୍ଷ କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ଦେଶ ଗତ ବର୍ଷ କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ସମଗ୍ର ଦେଶ ଏବଂ ରୁଷିଆ, ନାଇଜେରିଆ, ଇରାନ୍‍, ନେପାଳ, ଦୋହା, କୁଏତ୍‍, ସାଉଦୀ ଆରବ ଓ ସିଙ୍ଗାପୁରର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories