www.samajalive.in
Tuesday, December 9, 2025
16.1 C
Bhubaneswar

ବଜେଟରେ ହୋଇପାରେ କିଛି ବଡ଼ ଘୋଷଣା ; ଆୟକର ଛାଡ଼ ସୀମା ୫ ଲକ୍ଷ !

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ପହିଲାରେ କେନ୍ଦ୍ର ସରକାର ଦେଶର ସାଧାରଣ ବଜେଟ୍‍ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‍ଡିଏ ନେତୃତ୍ୱାଧୀନ ବିଜେପିର ଏହା ହେବ ଅନ୍ତିମ ବଜେଟ୍‍। ଏଥିପାଇଁ ଚଳିତମାସ ୨୧ରେ ହାଲୱା ଉତ୍ସବ ସହ ଆରମ୍ଭ ହୋଇଛି ବଜେଟ୍‍ ପ୍ରସ୍ତୁତି ପ୍ରକ୍ରିୟା। ପ୍ରଚଳିତ ପରମ୍ପରା ଅନୁଯାୟୀ, ଅର୍ଥମନ୍ତ୍ରୀ ହାଲୱା ଉତ୍ସବ ଆରମ୍ଭ କରିବା ପରେ ବଜେଟ୍‍ ଦସ୍ତାବିଜ୍‍ର ଛାପା ଆରମ୍ଭ ହୋଇଯାଇଛି। ତେବେ ଏହି ବଜେଟ୍‍କୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସାହ। ସମସ୍ତେ ଅପେକ୍ଷା କରିଛନ୍ତି ଅର୍ଥମନ୍ତ୍ରୀଙ୍କ ଜରିଆରେ କେନ୍ଦ୍ର ସରକାର ବଜେଟ୍‍ରେ ଲୋକଙ୍କ ପାଇଁ କ’ଣ ସବୁ ଭେଟିଦେବେ। ଅନ୍ୟପକ୍ଷରେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବଜେଟ୍‍ରେ ଅନେକ କିଛି ବଡ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିପାରନ୍ତି। ଏହା ମଧ୍ୟରେ କୃଷି ପ୍ୟାକେଜ୍‍, ଖାଦ୍ୟ ରିଆତିରେ ବୃଦ୍ଧି, ଆୟକର ରିଆତି, ଶିକ୍ଷା ଋଣରେ ରିଆତି ଏବଂ ସାର୍ବଜନୀନ ମୂଳ ଆୟ ଆଦି ରହିଛି।
କୃଷି ପ୍ୟାକେଜ
ସାଧାରଣ ବଜେଟ୍‍ରେ କେନ୍ଦ୍ର ସରକାର ଏକ ଗୁରୁୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୃଷକମାନଙ୍କ ଲାଗି କୃଷି ରିଆତି ପ୍ୟାକେଜ୍‍ ଘୋଷଣା କରିପାରନ୍ତି। ତେବେ ଚଳିତ ବଜେଟ୍‍ରେ କୃଷି ମନ୍ତ୍ରାଳୟକୁ ବଜେଟ୍‍ରେ ପାଖାପାଖି ୨ ଲକ୍ଷ କୋଟି ଟଙ୍କା ମିଳିପାରେ। ଦେଶର କୃଷି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ଏଡାଇବା ଲାଗି ସରକାର ବିଚାରବିମର୍ଶ କରୁଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ପୂର୍ବରୁ ସଙ୍କେତ ଦେଇସାରିଛନ୍ତି। ଏବେ ଏ ସମ୍ପର୍କରେ ସରକାର କ’ଣ ଘୋଷଣା କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କର ନିଜର।
ଖାଦ୍ୟ ରିଆତିରେ ବୃଦ୍ଧି
ବଜେଟ୍‍ରେ କେନ୍ଦ୍ର ସରକାର ଖାଦ୍ୟ କ୍ଷେତ୍ରରେ ପ୍ରଦାନ କରୁଥିବା ରିଆତି ସୀମାରେ ବୃଦ୍ଧି ଘଟାଇ ତାହାକୁ ୧.୮୦ ଲକ୍ଷ ଟଙ୍କା କରିପାରନ୍ତି। ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ରିଆତି ଦାବି ଅନୁଯାୟୀ, ଅର୍ଥ ମନ୍ତ୍ରୀ ଏହାକୁ ୨୦% ବୃଦ୍ଧି କରନ୍ତୁା
ଆୟକର ରିଆତି
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ଆସନ୍ତା ଅନ୍ତରୀଣ ବଜେଟ୍‍ରେ ଆୟକର ଛାଡ ସୀମା ଜରିଆରେ କରଦାତାଙ୍କୁ ଏକ ବଡ ଧରଣର ସୁବିଧା ପ୍ରଦାନ କରିପାରନ୍ତି। ବଜେଟ୍‍ରେ ସରକାର ଆୟକର ଛାଡ ସୀମା ବର୍ତ୍ତମାନର ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ସରକାରଙ୍କଏହି ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର। କାରଣ ସରକାର ମଧ୍ୟବିତ୍ତଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇପାରନ୍ତି।

ସାର୍ବଜନୀନ ମୂଳ ଆୟ (ୟୁବିଆଇ)
ସାର୍ବଜନୀନ ମୂଳ ଆୟ (ୟୁବିଆଇ) ହେଉଛି ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ଯାହାର ଘୋଷଣା ଉପରେ
ଏବେ ଦେଶର ନଜର। ପୂର୍ବ ବଜେଟ୍‍ରେ ମଧ୍ୟ ୟୁବିଆଇ ପ୍ରସଙ୍ଗରେ ଢେର ଆଲୋଚନା ହୋଇଥିଲା। ଏଥିରେ ସାର୍ବଜନୀନ ମୂଳ ଆୟ ଆଧାରରେ ସରକାର ଗରିବ ଲୋକଙ୍କୁ ପ୍ରତି ମାସରେ ଏକ ଧାର୍ଯ୍ୟ ବା ସ୍ଥୀରିକୃତ ଅର୍ଥ ପ୍ରଦାନ କରିବେ। ଏଥିରେ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ଜରିଆରେ କିଛି ଅର୍ଥ ମିଳିବ।
ଶିକ୍ଷା ଋଣ ରିଆତି
ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଆସନ୍ତା ବଜେଟ୍‍ରେ ଶିକ୍ଷ ଋଣ କ୍ଷେତ୍ରରେ କିଛିଟା ରିଆତି ଦେଇପାରନ୍ତି। ଏଥିରେ ଶିକ୍ଷା ଋଣ ଉପରେ ପିଲାମାନଙ୍କୁ ସୁଧ ରିଆତି ମିଳିପାରେ।
ମୋଟର ଗାଡି ଉତ୍ପାଦ ଶୁଳ୍କରେ ରିଆତି
ଆସନ୍ତା ବଜେଟ୍‍ରେ ସରକାର ମୋଟର ଯାନ କ୍ଷେତ୍ରରେ ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇ ଲୋକଙ୍କୁ ରିଆତି ଦେଇପାରନ୍ତି। ଏଥିରେ ସରକାର ଛୋଟ କାର, ଦୁଇ ଚକିଆ ଏବଂ ବାଣିଜ୍ୟିକ ଯାନ ଆଦି କ୍ଷେତ୍ରରେ ଉତ୍ପାଦ ଶୁଳ୍କ ୮%ରୁ ୧୨%କୁ ବୃଦ୍ଧି ଘଟାଇପାରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories