www.samajalive.in
Tuesday, December 9, 2025
17.1 C
Bhubaneswar

ବର୍ଷର ଶେଷ ଦିନ: ଆଜି ଦିନ ୩ଟାରୁ ରାତି ୨ଟା ଯାଏଁ ଯାଞ୍ଚ

ଭୁବନେଶ୍ଵର: ଆଜି ବର୍ଷର ଶେଷ ଦିନ।  ବିଦାୟ ନେବ ୨୦୨୪ ଏବଂ  ମଧ୍ୟରାତ୍ରରେ ପାଦ ଥାପିବ ୨୦୨୫। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁ ଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ବିନ୍ ସିଟିରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି। ବାର୍, ପବ୍ ଏବଂ ହୋଟେଲ ଗୁଡିକରେ ଜୋରଦାର୍‌ ଚେକିଂ ହେବ। ଆଜି ସନ୍ଧ୍ୟାରୁ ଯାଂଚ ପ୍ରକ୍ରିୟାକୁ ଆହୁରି କଡାକଡି କରାଯିବ। ମଦ ପିଇ ଗାଡି ଚଳାଇଲେ ବାନ୍ଧିବ ପୁଲିସ୍ । ଆରଟିଓ ସ୍ଥାନୀୟ ପୁଲିସ୍ ସହ ମିଶି ମିଳିତ ଭାବରେ ଆଜି ଅପରାହ୍ନ ୩ଟାରୁ  ରାତି ୨ଟା ପର୍ଯ୍ୟନ୍ତ ଯାଞ୍ଚ କରିବ। ମୁଖ୍ୟତଃ ସହରର ପ୍ରମୁଖ ସ୍ଥାନ ସମେତ ବିଭିନ୍ନ ଅଞ୍ଚଳରେ ବ୍ଲକିଂ ସହ ଯାଞ୍ଚ କଡାକଡି କରାଯିବ। ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିଶନରେଟ୍ ପୁଲିସ୍। କଟକରେ ସୁରକ୍ଷା ପାଇଁ ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦେଇଛନ୍ତି କଟକ ଡିସିପି। ସେପଟେ ଜାନୁଆରୀ ପହିଲାରୁ ସଡକ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଅଭିଯାନ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ଧରାଯିବ। ଉଭୟ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ମଦ୍ୟପାନ କରି ଗାଡିଚାଳନା ରୋକିବାକୁ ସ୍ଵତନ୍ତ୍ର ଭାବେ ଯାଞ୍ଚ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories