www.samajalive.in
Tuesday, December 9, 2025
17.1 C
Bhubaneswar

ଅମଳ କରିଥିବା ଧାନକୁ ଖାଇ ନଷ୍ଟ କଲେ ୨ ଦନ୍ତାହାତୀ

କଲ୍ୟାଣସିଂହପୁର:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା ଗ୍ରାମରେ ଅମଳ କରିଥିବା ଧାନକୁ ଖାଇ ନଷ୍ଟ କଲେ ଦୁଇ ଦନ୍ତାହାତୀ। ସୂଚନା ଅନୁଯାୟୀ ରାବୁଗୁଡା ଗ୍ରାମର ଭୀମ କର୍ଷିକା ନିଜ ବିଲରେ ଅମଳ କରିଥିବା ଧାନ ଗୁଡିକ ଅସ୍ଥାୟୀ କୁଡ଼ିଆ ବା ଲାଡି ପାଖର ଖଳାରେ ରଖି ଶୋଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଦୁଇ ଦନ୍ତାହାତୀ ଆସି ଅମଳ କରି ରଖିଥିବା ଧାନକୁ ଖାଇବା ସହ ବଳକା ଧାନକୁ ଫିଙ୍ଗାଫିଙ୍ଗି କରି ଦେଇଛନ୍ତି। ଲଘୁଚାପ ବର୍ଷା ଯୋଗୁଁ ଅମଳ ଧାନ ବର୍ଷାରେ ଭିଜି ଯାଇଥିଲା ତାହାକୁ ଶୁଖାଇ ଶୁକ୍ରବାର ଦିନ ମିଲକୁ ନେଇ ଦେବେ ବୋଲି ରଖିଥିଲେ ଭୀମ କର୍ଷିକା। ଏକ ସ୍ଥାନରେ ୩ ଜଣଙ୍କ ରହିଥିବା ଧାନ ବସ୍ତା ମଧ୍ୟରୁ ଭୀମ କର୍ଷିକାଙ୍କ ଦୁଇ ଏକର ଜମିର ୧୦କୁଇଣ୍ଟାଲ ଅମଳ କରିଥିବା ଧାନକୁ ଦୁଇ ଦନ୍ତା ଆସି ନଷ୍ଟ କରି ଦେଇଥିବା କୋହଭାର କଣ୍ଠରେ କହିଛନ୍ତି। ସ୍ତ୍ରୀ କର୍ଷିକା ମମିତା କହିଛନ୍ତି ବର୍ଷକର ଖାଦ୍ୟ ହାତୀ ନଷ୍ଟ କରି ଦେଇଛି। ଆମେ ୭ ଜଣ କଣ ଖାଇ ଜୀବନ ଯାପନ କରିବୁ, ବହୁ କଷ୍ଟରେ ଧାନ ଫସଲ କରିଥିଲୁ।

ହାତୀ କୁଡ଼ିଆ ଗୁଡିକକୁ ଘଷି ହୋଇ ଯାଇଛନ୍ତି କିନ୍ତୁ କୌଣସି ଲୋକଙ୍କ କ୍ଷୟକ୍ଷତି କରିନଥିବା ନିକଟରେ ଥିବା ଗୋବିନ୍ଦ କର୍ଷିକା, ସନ୍ତୋଷ ବିଡିକା ,ବିଡିକା ସନ୍ତୁ କହିଛନ୍ତି। ଗୋଟିଏ ପଟେ ଲଘୁଚାପ ଜନିତ ବର୍ଷା ଦାଉ ସାଧି ଥିବା ବେଳେ ଅନ୍ୟ ପଟେ ଦନ୍ତାହାତୀ ଅମଳ କରିଥିବା ଧାନ ଖାଇ ନଷ୍ଟ କରି ଦେଇଛି। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଖବର ବନ ବିଭାଗ ଜାଣି ଘଟଣାସ୍ଥଳରେ ପହଁଞ୍ଚି କ୍ଷତିଗ୍ରସ୍ତ ଲୋକକୁ ଆଧାର କାର୍ଡ, ଜମି ପଟ୍ଟା, ବ୍ୟାଙ୍କ ପାସ ବହି, ନଷ୍ଟ ହୋଇଥିବା ଜିନିଷର ଫୋଟ ଧରି କାର୍ଯ୍ୟାଳୟକୁ ଆଣିଦେବା ପାଇଁ କହିଛନ୍ତି। ଏ ବିଷୟରେ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହାର ତଦନ୍ତ କରି ରିପୋର୍ଟ ପଠାଇଲେ ସରକାରୀ ଅନୁକମ୍ପା ହିସାବରେ ଯାହା ଅଛି ତାହା ପାଇବେ।

କେମିତି କଟିବ ନୂଆବର୍ଷ ୨୦୨୫.. ମେଷ ଠାରୁ ମୀନ: ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ହେବ ନୂଆ ଚାକିରି, ବିବାହ, ନୂଆଘର, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories