www.samajalive.in
Tuesday, December 9, 2025
23.1 C
Bhubaneswar

ବକ୍ସିଂ ଡେ’ ଟେଷ୍ଟ: ଅଷ୍ଟ୍ରେଲିଆ ୪୭୪ରେ ଅଲଆଉଟ, ଭାରତର ବ୍ୟାଟିଂ ବିପର୍ଯ୍ୟୟ

ସମାଜ ଡିଜିଟାଲ ଡେସ୍କ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସି ଡେ’ ଟେଷ୍ଟର ୨ୟ ଦିନ ଖେଳ ଜାରି ରହିଥିବାବେଳେ ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୭୪ ରନ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହେବା ସହିତ ୫ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆଠାରୁ ଟିମ ଇଣ୍ଡିଆ ୩୧୦ ରନରେ ପଛୁଆ ରହିଛି।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ ସ୍ମିଥଙ୍କ ଶତକ(୧୪୦) ଏବଂ ସାମ କନଷ୍ଟାସ(୬୦), ଉସମାନ ଖ୍ବାଜା(୫୭) ଓ ମାରନସ ଲାବୁସଚାନେ(୭୨)ଙ୍କ ଅର୍ଦ୍ଧଶତକ ବଳରେ ୪୭୪ ରନ  କରିବାରେ ସଫଳ ହୋଇଥିଲା। ଅଧିନାୟକ ପ୍ୟାଟ କମିନ୍ସ ୪୯ ରନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୩ ଓ ଆକାଶ ଦୀପ ୨ ଉଇକେଟ ଅକ୍ତିଆର କରିଥିଲେ।

- Advertisement -

ଜବାବରେ ଭାରତ ଏହାର ପ୍ରଥମ ପାଳିରେ ଭଲ ପ୍ରାରମ୍ଭ କରିଥିଲେ ହେଁ ରୋହିତ ଶର୍ମା ବେଶୀ ସମୟ ତିଷ୍ଠିପାରି ନ ଥିଲେ। ସେ ମାତ୍ର ୩ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ କେ.ଏଲ. ରାହୁଲ ଏବଂ ବିରାଟ କୋହଲି ଜୟସୱାଲଙ୍କ ସହିତ ମିଶି ପାଳି ସମ୍ବାଳିଥିଲେ। ହେଲେ ପ୍ୟାଟି କମିନ୍ସ ଏବଂ ସ୍କଟ ବୋଲାଣ୍ଡଙ୍କ ଘାତକ ବୋଲିଂ ଯୋଗୁ ୧୫୩ରୁ ୧୫୯ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।ରାହୁଲ ୨୪, ବିରାଟ କୋହଲି ୩୬ ଏବଂ ଆକାଶ ଦୀପ ବିନା କୌଣସି ରନ କରି ପ୍ୟାଭିଲିଅନ ଫେରିଯାଇଥିଲେ। ଜୟସୱାଲ ୮୨ ରନ କରି ଆଉଟ ହୋଇଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories