www.samajalive.in
Tuesday, December 9, 2025
15.1 C
Bhubaneswar

ଇଟା ଭାଟିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଦାବି

ସମ୍ବଲପୁର: ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶର ବିଜୟୱାଡା ଅଞ୍ଚଳରେ ରହିଥିବା ଏକ ଇଟା ଭାଟିରେ ଫଶି ରହିଥିବା ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ସମ୍ପର୍କିୟ ମାନେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ଏସପିଙ୍କ ନିକଟରେ ଦିଆଯାଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ଗଏନପୁର ଓ ପାଟପାଲି ଅଞ୍ଚଳର ୧୩ ଜଣ ବ୍ୟକ୍ତି ପ୍ରାୟ ୨ ମାସ ତଳେ ବଲାଙ୍ଗୀର ଜିଲାର କିଛି ଦଲାଲ ମାନଙ୍କ ସହିତ ବିଜୟୱାଡା ଅଞ୍ଚଳକୁ କାମ କରିବାକୁ ଯାଇ ଏକ ଇଟା ଭାଟିରେ ଫଶି ରହିଛନ୍ତି। ସେଠାରେ ଇଟା ଭାଟିର ଠିକାଦାର ଦାଦନ ରୂପେ ଖଟାଉ ଥିବା ବେଳେ ପାରିଶ୍ରମିକ ରୂପେ କିଛି ଦେଉ ନାହିଁ। ଏପରିକି ଭଲ ଭାବରେ ଖାଦ୍ୟପେୟ ଦିଆଯାଉ ନ ଥିବା ବେଳେ ସେମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ଏଣୁ ଫଶି ରହିଥିବା ୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦାବି କରାଯାଇଛି। ପ୍ରଦତ୍ତ ଦାବିପତ୍ରରରେ ସୈରେନ୍ଦ୍ରୀ ବାଦି, ବାସନ୍ତି ମାଝୀ, ରତନି, ନାରାୟଣ ମାଝୀ, ସୁମନ୍ତ ତାଣ୍ଟିଆ ଙ୍କ ସମେତ ଅନ୍ୟ ମାନଙ୍କର ଦସ୍ତଖତ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories