www.samajalive.in
Wednesday, December 10, 2025
18.1 C
Bhubaneswar

ଚାଷୀଙ୍କୁ ପ୍ରତାରଣା ପାଇଁ ‘କାଳିଆ’ ଯୋଜନା : ବିଶ୍ୱଭୂଷଣ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ହିତ ପାଇଁ ନୁହେଁ ବରଂ ପ୍ରତାରଣା ପାଇଁ ବୋଲି ବିଜେପି ଅଭିଯୋଗ କରିଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ରାଜକୋଷର ଅର୍ଥକୁ ଦଳୀୟ ଭିତ୍ତିରେ ବଣ୍ଟନ କରିବା ପାଇଁ ସରକାର ଏହି ଯୋଜନା କରିଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି।
ରବିବାର ବିଜେପି କାର୍ଯ୍ୟାଳୟରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର ୱେବସାଇଟକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କାଳିଆ ଯୋଜନା ଦୁର୍ନୀତିର ଫ୍ଲଡ ଗେଟ୍ ଖୋଲି ଦେବ। ରାଜ୍ୟ ସରକାର କାଳିଆ ଯୋଜନାରେ ତାଲିକା ତିଆରି ନକରି କୃଷି ଶ୍ରମିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା। ଆଜି ପର୍ଯ୍ୟନ୍ତ କୃଷି ଶ୍ରମିକମାନେ ସଙ୍ଗଠିତ ନୁହନ୍ତି ଏବଂ ସେମାନଙ୍କ ତାଲିକା ବି ରାଜ୍ୟସରକାରଙ୍କ ପାଖରେ ନାହିଁ। ସେହିପରି ପଶୁପାଳନ କରୁଥିବା ଚାଷୀ ଚିହ୍ନଟ ତାଲିକା ପ୍ରସ୍ତୁତ ହୋଇନାହିଁ। ଏଣୁ ଏହି ଯୋଜନାରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେବ। ପୂର୍ବରୁ ରାଜ୍ୟସରକାର ଯୋଗ୍ୟତା ନଥାଇ ଦଳୀୟ ଭିତ୍ତିରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଣ୍ଟିିବା ଏବଂ ପରେ ହିତିଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରି ପୁଲିସ ଦ୍ୱାରା ଗିରଫ କରି ନିରୀହ ମା’ ଭଉଣୀମାନଙ୍କୁ ଜେଲରେ ଭର୍ତ୍ତି କରିଥିଲେ। ସେହିପରି ଭାବେ କାଳିଆଯୋଜନାରେ ଚାଷୀ ଚିହ୍ନଟ ନକରି ଟଙ୍କା ବାଣ୍ଟି ନିଜ ସ୍ୱାର୍ଥ ହାସଲ କରିବା ପରେ ପରବର୍ତ୍ତୀ ସମୟରେ ରାଜ୍ୟସରକାର ସେମାନଙ୍କୁ ଜେଲ ଭିତରେ ପୂରାଇବାର ଆଶଙ୍କା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟରେ ଚାଷର ଉନ୍ନତି ପାଇଁ ଜଳସେଚନର ବହୁତ ଆବଶ୍ୟକତା କହିଛି। କିନ୍ତୁ ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗ ଦାୟିତ୍ୱରେ ରହି ବି ଗୋଟିଏ ବି ଡ୍ୟାମ ନିର୍ମାଣ କରିପାରିଲେ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ରାଜ୍ୟରେ ୮ଟି ବଡ ଡ୍ୟାମ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟସରକାର ତାହାକୁ ସଂପୂର୍ଣ୍ଣ କରିପାରିଲେ ନାହିଁ। ସାଢେ ୪ କୋଟି ଓଡିଆଙ୍କ ସ୍ୱପ୍ନ ଏବଂ ସମ୍ଭାବନା ଅନୁଯାୟୀ ବିଜେପି ୨୦୧୯ ସାଧାରଣ ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ତିଆରି କରିବ। ସମାଜର ତୃଣମୂଳସ୍ତରରୁ ସାଧାରଣ ଲୋକଙ୍କ ଦାବି ଏବଂ ଆବଶ୍ୟକତାକୁ ନେଇ ଚଳିତ ବର୍ଷ ସଂକଳ୍ପ ପତ୍ର ବିଜେପି ପକ୍ଷରୁ ପ୍ରକାଶ କରାଯିବ। ସାଧାରଣ ଲୋକ ଆସି ସେମାନଙ୍କର ବହୁ ମୂଲ୍ୟ ମତାମତ ପ୍ରଦାନ କରୁଛନ୍ତି। ଆଗାମୀ ଦିନରେ ଜନତାଙ୍କ ମତାମତକୁ ପ୍ରାଧାନ୍ୟ ଦେଇ ବିଜେପି ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ତିଆରି କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ସମ୍ମିଳନୀରେ ସଂକଳ୍ପ ପତ୍ର ସମିତି ସଦସ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ସୁରମା ପାଢୀ, ସଂକଳ୍ପ ପତ୍ର ସମିତି ଆବାହକ ସୁଦର୍ଶନ ନାୟକ, ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories