ସିମୁଳିଆ: ଚୋରି ଉଦ୍ୟମ କରି ବିଫଳ ହେବାରୁ ନିଆଁ ଲଗାଇଲେ ଦୁର୍ବୃତ୍ତ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଲିଖଣ୍ଡ ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା ଲକର ଭାଙ୍ଗି ଚୋରି ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ ବିଫଳ ହେବାରୁ ନିଆଁ ଲଗାଇ ପଳାଇ ଯାଇଥିଲେ। ପରେ ଖବର ପାଇ ସ୍ଥାନୀୟ ଲୋକେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଅଡା ଓ ଭଦ୍ରକ ଦମକଳ କେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ସିମୁଳିଆ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



